ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନରେ କବି ଗଙ୍ଗାଧର ମେହେର ଆଲୋଚନା

ନର୍ଲା (ମନିସ) କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ, ନର୍ଲା ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ସାହିତ୍ୟରେ ମେହେରଙ୍କ ଅବଦାନ ସମ୍ପର୍କିତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିବେକ ସେନାର ପ୍ରତିଷ୍ଠାତା ଶିବରାମ ନାୟକ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଆକାଶବାଣୀର ଅନୁବାଦକ ହରେକୃଷ୍ଣ ଭୋଇ, ଜୟଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ ଓ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ କବି ବିରଞ୍ଚିନାରାୟଣ ମୁଣ୍ଡ ଯୋଗଦାନ କରି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ରଚନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ପ୍ରଦୀପ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷକ ସୁବାସ ଚନ୍ଦ୍ର ବରାଡ, ଅଧ୍ୟାପକ ସରୋଜ କୁମାର ଜେନା, ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ପ୍ରମୁଖ ମଧ୍ୟ ମେହେରଙ୍କ ସାହିତ୍ୟ କଳାକୃତି ସମ୍ପର୍କରେ ମତ ରଖିଥିଲେ। ଅଧ୍ୟାପକ ମୋହନ କୁମାର ପୁଟେଲ, ଅଧ୍ୟାପିକା ବାସନ୍ତୀ ସାହୁ, ଶିକ୍ଷୟିତ୍ରୀ ଶିଲା ପ୍ରହରାଜ, ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ଗଉଡ କବିତା ପାଠ କରିଥିଲେ। ଏହି ଅବସରରେ କବି ବସନ୍ତ କୁମାର ମହାପାତ୍ରଙ୍କୁ ଗଙ୍ଗାଧର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଶିକ୍ଷାବିତ ତଥା କବି ମଧୁସୂଦନ ରାଉତ, ଗବେଷକ ମେଦିନୀଧର ଜାନୀ, କବି ମୋହନ କୁମାର ଭଟ୍ଟ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ବାଗ, ସମାଜସେବୀ କୁମୁଦ ନାଏକ, କବି ଅରୁଣ କୁମାର ପ୍ରଧାନୀ, କବି ପିତାମ୍ବର ଗଉଡ, ରାମଚନ୍ଦ୍ର ପରିଡା, ପ୍ରମୋଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଧର୍ମ ପରାୟଣଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଯାତ୍ରୀ ବାହି ବସ ଉପରେ ପଥର ମାଡ଼

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!