ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଜ୍ଞା ବାହିନୀର ସାମୂହିକ ରକ୍ଷାବନ୍ଧନ

ଭବାନୀପାଟଣା,୧୧/୮: ପ୍ରଜ୍ଞା ବାହିନୀ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ଅପରାହ୍ନ ୪ ଟାରେ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ସଭାପତିତ୍ୱ ରେ ଅୟୋଜିତ ଏହି ଉତ୍ସବ ରେ ବିଶିଷ୍ଟ ଗାଳ୍ପିକା ଦେବହୁତି କର, ଶିକ୍ଷାବିତ ସୁନନ୍ଦା ପଣ୍ଡା, ସମାଜସେବୀ କ୍ରିଷ୍ଣା ମୁଣ୍ଡ, ପ୍ରମିଳା ମିଶ୍ର, ପଦ୍ମିନୀ ପଣ୍ଡା ଓ ସୁନନ୍ଦା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଭଗବାନ ପର୍ଶୁରାମ ଙ୍କୁ ପୂଜାର୍ଚ୍ଚନା ଓ ରାକ୍ଷୀ ଅର୍ପଣ କରିବାପରେ ପ୍ରଜ୍ଞା ବାହିନୀର ମାଆ ଓ ଭଉଣୀ ମାନେ ଉପସ୍ଥିତ ସମସ୍ତ ଭାଇ ଓ ଗୁରୁଜନ ମାନଙ୍କୁ ବନ୍ଦାପନା କରି ହାତରେ ରାକ୍ଷୀ ବାନ୍ଧିଥିଲେ। ତାପରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ଭାଈ ଭଉଣୀର ସମ୍ପର୍କର ଡୋରି କୁ ଭାରତୀୟ ସଂସ୍କୃତିର ଏହି ମହାନ ପର୍ବ ରକ୍ଷା ବନ୍ଧନ ଆହୁରି ମଜଭୁତ କରିଥାଏ। ଶ୍ରୀମନ୍ଦିର ପୁରୀରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦେବୀ ସୁଭଦ୍ରା ଆଜି ରାକ୍ଷୀ ବାନ୍ଧିବା ପର୍ଵ ଅନୁଷ୍ଠିତ ହେଉଥିବା ବେଳେ ଓଡିଶା ସମେତ ସମଗ୍ର ଦେଶରେ ରକ୍ଷା ବନ୍ଧନ ଉତ୍ସଵ ପାଳିତ ହେଉଛି। ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ଦିଗରେ ରକ୍ଷା ବନ୍ଧନ ଉତ୍ସଵ ସେତୁବନ୍ଧ ଭଳି କାର୍ଯ୍ୟ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା ଓ ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଅଭିଭାଷଣ ପ୍ରଦାନ କରି ଉପସ୍ଥିତ ମାଆ ଓ ଭଉଣୀ ମାନଙ୍କୁ ରକ୍ଷା ବନ୍ଧନର ଅଭିନନ୍ଦନ ଜଣାଇଥିଲେ। ଗୁରୁ ସୁଧୀର ପଣ୍ଡା ଓ ଗୁରୁ ନରେନ୍ଦ୍ର ପଣ୍ଡାଙ୍କ ସଙ୍ଗୀତ ନିର୍ଦେଶନାରେ ସସ୍ମିତା ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିବା ବେଳେ ବନଶ୍ରୀ ଦାଶ ଅତିଥି ପରିଚୟ ପ୍ରଦାନ ଓ ସୁଦେଷ୍ଣ। ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର,ଶେଷଦେଵ ମିଶ୍ର, ରବୀନ୍ଦ୍ର ପଣ୍ଡା, ପ୍ରଜ୍ଞା ବାହିନୀର ସଦସ୍ୟା ସୁରମା ପଣ୍ଡା, ଚାରୁଲତ ପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

Sunil Chandra Nayak

କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜେପି ସଙ୍ଗଠନ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ବିଚ୍ଛେଦ

Sunil Chandra Nayak

Leave a Comment

error: Content is protected !!