ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହାଜଖୋଲ ଜଙ୍ଗଲ ମଧ୍ୟସ୍ଥ ଟିର୍ଲିଆମ ଗାଁ ରେ ଝାଡା ବାନ୍ତି, ଆଣ୍ଠୁଏ ପାଣିରେ ନାଲ ପାର ହୋଇ ୩ କିଲୋମିଟର ଚାଲି ପହଞ୍ଚିଲେ ଉପ ଜିଲ୍ଲାପାଳ 

କୋକସରା,୨୨/୮- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ମଧ୍ୟସ୍ଥ ଦୁର୍ଗମ ଅଞ୍ଚଳରେ ଥିବା ଟିର୍ଲିଆମ ଗାଁରେ ରହନ୍ତି ୨୬ ଆଦିବାସୀ ଜନଜାତି ପରିବାର। ଗତ ୧୮ ଓ ୧୯ ତାରିଖରେ ଏହି ଗାଁରେ ଝାଡ଼ାବାନ୍ତିରେ ଗ୍ରାମର କିଛି ଲୋକ ଆକ୍ରାନ୍ତ ହୋଇଥିଲେ। ଖବର ପାଇ କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ସମେତ ମେଡିକାଲ ଟିମ ପ୍ରଭାବିତ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା। ଏନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରସାରଣ ପରେ ସ୍ଥିତି ଅନୁଧ୍ୟାନ କରିବାକୁ ଜଙ୍ଗଲି ରାସ୍ତାରେ ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ଓ ରାସ୍ତାରେ ପଡୁଥିବା ଏକ ନାଲା ରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବା ବେଳେ ନାଲ ପାରି ହୋଇ ସୋମବାର ଧର୍ମଗଡ ଉପ ଜିଲ୍ଲାପାଳ ପି. ସଚିନ ପ୍ରକାଶ, କୋକସରା ତହସିଲଦାର ରାକେଶ ପରୁଆ, ଜନସ୍ୱାସ୍ଥ୍ୟ ବିଭାଗ ର କନିଷ୍ଠ ଯନ୍ତ୍ରୀ ଫନିନ୍ଦ୍ର ଅର୍କ , ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଶୁଭେନ୍ଦୁ ପଣ୍ଡା, କୃଷ୍ଣ କାଣ୍ଡ, କ୍ଷୀରୋଦ ବାଗ ଓ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ପ୍ରଭାବିତ ଟିର୍ଲିଆମ ଗାଁ କୁ ପହଞ୍ଚି ଗାଁ ପରିବେଶ ସହ ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ତେବେ ବର୍ତ୍ତମାନ ସମସ୍ତ ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ରହିଥିବା ଓ ଗ୍ରାମରେ କେହି ଆକ୍ରାନ୍ତ ନଥିବା ଜଣାପଡିଛି। ଏହାସହ ଗାଁରେ ରହୁଥିବା ଜନଜାତିଙ୍କୁ ପ୍ରଶାସନିକ ଅଧିକାରୀ ମାନେ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରିଛନ୍ତି। ଗାଁ ରେ ଥିବା ନଳକୂପ କୁ ବିଶୋଧନ କରାଯାଇଛି। ଆଣ୍ଠୁଏ ପାଣିରେ ନାଲ ପାର ହୋଇ ୩ କିଲୋମିଟର ଚାଲି ଚାଲି ଯାଇ ଟିର୍ଲିଆମ ଗାଁ କୁ ଉପ ଜିଲ୍ଲାପାଳ ଙ୍କ ପରିଦର୍ଶନ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।

Related posts

ଦଳ ବିରୋଧୀ ପାଇଁ ଇଂ ରାମଚନ୍ଦ୍ର ହାଁସଦା ଙ୍କ ବିଦା ନେଇ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀଙ୍କ ଘୋଷଣା

Sunil Chandra Nayak

ଆନ୍ତର୍ଜାତିକ ନିଶାଦ୍ରବ୍ଯ ନିଷେଧ ଦିବସ ଅବସରରେ ସଚେତନତା କାର୍ଯ୍ଯକ୍ରମ

Sunil Chandra Nayak

ପବିତ୍ର ବାହୁଡା ପହଣ୍ଡି; ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତୀ; ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର ତରଫରୁ ଅନ୍ନ ପ୍ରସାଦ ବଣ୍ଟନ

Leave a Comment

error: Content is protected !!