ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫିରିଙ୍ଗିଆ ବିଲୁପଦର ଗ୍ରାମ ରେ ବଳଦ କିଣା କୁ ନେଇ ଗୁଳିମରା ଘଟଣା ମାମଲାରେ ୪ ଜଣ ଅଭିଯୁକ୍ତ କୁ ଗିରଫ କଲା ପୋଲିସ

 କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଲୁପଦର ଗ୍ରାମରେ ଗତକାଲି ସନ୍ଧ୍ୟା ସମୟରେ ବଳଦ କିଣା ୧୦ ହଜାର ଟଙ୍କା କୁନେଇ ଏକ ଅଭାବନୀୟ ଘଟଣା ଘଟିଥିଲା।ଦୁର୍ବୁତ୍ତ ମାନେ ବଳଦ ବିକ୍ରି କରିଥିବା ବ୍ୟକ୍ତି ଙ୍କୁ ନପାଇ ତାଙ୍କର ଭଉଣୀ ଓ ନାବାଳକ ପୁଅ କୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ଫିରିଙ୍ଗିଆ ଥାନା ପୋଲିସ ତଦନ୍ତ ଜାରି ରଖିଥିଲା। ଆଜି ସେହି ଘଟଣା ରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଲୁପଦର ଗ୍ରାମର ମହେଶ୍ୱର ସାହାଣୀ ର ବଳଦ ହୋଳ କୁ ୧୦ ହଜାର ଟଙ୍କାରେ ଶ୍ରୀପଲା ଗ୍ରାମ ସଞ୍ଜୟ ସାହାଣୀ କିଣିଥିଲେ କିନ୍ତୁ ୩/୪ ମାସ ହେବ ସଞ୍ଜୟ ମହେଶ୍ୱର ଙ୍କୁ ବଳଦ କିଣା ଟଙ୍କା ଦେଇନଥିଲେ। ବହୁତ ଦିନ ହେବ ମହେଶ୍ୱର ଟଙ୍କା ସଞ୍ଜୟ ଠାରୁ ନ ପାଇବା ରୁ ମହେଶ୍ୱର ସଂଜୟ ର ବାଇକ ଛଡାଇ ରଖିଥିଲେ। ସେହି ରାଗ ସୁଝାଇବା କୁ ଯାଇ ସଞ୍ଜୟ ସାହାଣୀ ବନ୍ଧୁକ ଧରି ନିଜ ସହଯୋଗୀ ମାନଙ୍କ ସହ ଗତକାଲି ସନ୍ଧ୍ୟା ୬ଟା ସମୟରେ ମହେଶ୍ୱର କୁ ମାରିବା ନିମନ୍ତେ ତାଙ୍କର ଘରକୁ ଯାଇଥିଲା । ମହେଶ୍ୱର ଘର ଲୋକେ ମହେଶ୍ୱର କୁ ଲୁଚାଇ ଗେଟ ବନ୍ଦ କରିଦେବାରୁ ସଞ୍ଜୟ ସାହାଣୀ ମହେଶ୍ୱର ର ଭଉଣୀ ପ୍ରଭାସିନୀ ସାହାଣୀ ଓ ତାଙ୍କ ସାନ ପୁଅ ଶୋଭାଜନ ସାହାଣୀ ଙ୍କୁ ଗୁଳି ମାରିଥିଲେ। ଭଉଣୀ ପ୍ରଭାସିନୀ ର ଜଙ୍ଘରେ ଗୁଳି ବାଜିଥିବା ବେଳେ ପୁଅ ର ତଳିପେଟରେ ଗୁଳି ବାଜିଥିଲା। ସାହି ପଡିଶା ଙ୍କର ପ୍ରତିବାଦରେ ଦୁର୍ବୁତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରଭାସିନୀ ଓ ଶୋଭାଜନ ଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବିଲୁପଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଫୁଲବାଣୀ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଫୁଲବାଣୀ ବଡ଼ ମେଡ଼ିକାଲ ରେ ଗୁଳି ବାହାର କରିବା ର ବ୍ୟବସ୍ଥା ନଥିବାରୁ ଡାକ୍ତର ପରାମର୍ଶ କ୍ରମେ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଫିରିଙ୍ଗିଆ ଥାନା ପୋଲିସ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଘଟଣା ର ତଦନ୍ତ ଜାରି ରଖିଥିଲେ । ଆଜି ୪ ଜଣ ଅଭିଯୁକ୍ତ ଙ୍କୁ ଫିରିଙ୍ଗିଆ ଥାନା ପୋଲିସ ଗିରଫ କରି କେସ ନଂ ୧୨୪/୨୦୨୨ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।ମୁଖ୍ୟ ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଶ୍ରୀପଲା ଗ୍ରାମରୁ ସଞ୍ଜୟ ସାହାଣୀ,ତାଙ୍କର ସହଯୋଗୀ ସୁନ୍ଦର ସିଂ ସାହାଣୀ,ବାଟିଗୁଡା ଗ୍ରାମର ଲିଟୁ କଁହର ଏବଂ ପେନାଗିରି ଗ୍ରାମର ଅକ୍ଷୟ ବେହେରା ଏହି ୪ଜଣ ଅଭିଯୁକ୍ତ ମାନଙ୍କୁ ନିଜ ଘରୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ବିଜୟ କୁମାର ଜେନା ଙ୍କ କବିତା ଦେବୀ ଦଶ ଭୁଜା

Sunil Chandra Nayak

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ଲୁହରେ ଲେଖୁଛି ଚିଠି

Sunil Chandra Nayak

Leave a Comment

error: Content is protected !!