ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ବିଶ୍ୱ ମାତୃଦିବସ ଅବସରରେ

ବିଶ୍ୱ ମାତୃଦିବସ ଅବସରରେ

ଡାକି ଦେଲେ ମାଆ ଶୁଭେ ଆ ଆ

ଜନ୍ମ ଜନ୍ମାନ୍ତର ଯାଏ ,

 ସେନେହ ଆଶିଷ ବାତ୍ସଲ୍ୟର ରସ

 ନିମିଷେ ପରଷି ଦିଏ ।

ତା ପରି ହେବ ଆଉ କିଏ???

 ଯେତେ ଯୁଗ ସ୍ରଷ୍ଟା ଧର୍ମ କର୍ମ ସତ୍ତା

ସେ କୋଳରେ ଶୋଇଯାଏ ।

ମାଆ ନାଆଁ ଟି ମାଟି ରୁ ଆରମ୍ଭ

ଆକାଶେ ହୁଅଇ ଶେଷ,

ତା ଭାବ ଚନ୍ଦନ ସ୍ନେହ ମଧୁ ବନ

ବଚନ ଅମୃତ ରସ

ମାତୃ ଶକ୍ତି ନମସ୍ୟ

ପଣତ କାନିଟା ଅଭୟ ପତାକା 

ଦୂର କରେ ଦୁଃଖ କ୍ଲେଶ ।

ନାୟକ ଅକ୍ଷୟ ରାଜହସ୍ତୀ

ଢ଼େଙ୍କାନାଳ

Related posts

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ସ୍ମୃତିରେ ପଦ୍ମଶ୍ରୀ ରଜତ କୁମାର କର

ମୈତ୍ରୀ ଇନଫ୍ରାଷ୍ଟ୍ରୋର ପକ୍ଷରୁ ହଇଜା ପ୍ରଭାବିତ ଅଞ୍ଚଳରେ ରାସନ ସାମଗ୍ରୀ ବିତରଣ କାର୍ଯ୍ଯକ୍ରମ 

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!