ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷ ବର୍ଷ ପରେ ମଧ୍ୟ ସରକାରୀ ଘର ନ ମିଳିବାରୁ ଲଗାଣ ବର୍ଷାରେ ଉଜୁଡି  ଗଲା ଘର

ଗୋଳାମୁଣ୍ଡା/୨୭/୮/ମସିହା/ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକୁତ ଗରିବଙ୍କ ପାଇଁ ଆବସ ଘର ତିଆରି କରିବା ସକାଶେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି ହେଲେ ପଞ୍ଚାୟତ କର୍ମଚାରୀ ଓ ସରପଞ୍ଚ ଓ ମେମ୍ବର ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ଆଜି ମଧ୍ୟ ପ୍ରକୁତ ଗରୀବ ପରିବାର ଭଙ୍ଗାରୁଜା ଘରେ ଦିନ କାଟୁ ଥିବା ବେଳେ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଉଜଡି ଯାଇଛି , ଏଭଳି ଉଜୁଡିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ଗୋଳାମୁଣ୍ଡା ବ୍ଲକରେ, ଏ ହେଉଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତର କୁମ୍ଭାରୀ ଗ୍ରାମର ଲୋକେଶ୍ୱର ଗୋପାଳ, ପିତା ଧୋବା ଗୋପାଳ ଏକ ଗରୀବ ପରିବାର, ଦୈନିକ କୁଳିମଜୁରୀ କଲେ ଦୁଇଟି ପୁଅ ଓ ସ୍ତ୍ରୀ ପୁରୁଷଙ୍କ ପ୍ରତି ପୋଷଣ ଚଳେ, ଏଭଳି ସ୍ଥିତିରେ ଭଙ୍ଗାରୁଜା ହୋଇ ଥିବା ଛୋଟିଆ କୁଡ଼ିଆରେ ବର୍ଷ ବର୍ଷ ଧରି ଖରା, ବର୍ଷା ଓ ଶୀତରେ ଦିନ କାଟୁ ଥିଲେ, ଗତ ୨୦୨୧ ମସିହାରେ ମଧ୍ୟ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା, ସେତେବେଳେ ବି ସରପଞ୍ଚ ଓ ପିଇଓଙ୍କୁ ପଞ୍ଚାୟତ ରେ ଜଣାଇ ଥିଲେ ହେଲେ ଶୁଣିଲେ ନାହିଁ, ଗତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାବେ କୁଡ଼ିଆ ଭୂମିରେ ମିଶି ଯାଇଛି, ପରିବାରଙ୍କ ରହିବା ପାଇଁ ଅସୁଭିଧା ହେତୁ ଗ୍ରାମର ଉମାଶଙ୍କର କ୍ଲବରେ ସମ୍ପାଦକ ଦୁଖୀରାମ ସା ସହାୟତା ଯୋଗାଇ ଦେବାରୁ ପରିବାର ରହିଛନ୍ତି, ଆସନ୍ତୁ ଦେଖିବା ଲଙ୍କେଶ୍ୱର ଗୋପାଳର କରୁଣ ଚିତ୍ର ଓ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି,ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।ଏହିପରିପ୍ରେକ୍ଷୀରେ ଟେମରି ସରପଞ୍ଚ ଲକ୍ଷ୍ମୀ ସା ଓ ସମିତି ସଭ୍ୟା ଅଞ୍ଜଳି ନାଇକ ଓ ତାଙ୍କ ପ୍ରତିନିଧି ମାନେ ଯାଇ ସେହି ପରିବାରଙ୍କୁ କ୍ଲବରେ ବ୍ୟବସ୍ଥା ଯୋଗାଇ ଦେବା ସହିତ ଆଗାମି ଦିନରେ ତାଙ୍କୁ ସରକାରୀ ଆବସ ଗୃହ ଯୋଗାଇ ଦେବାକୁ ଦୃଷ୍ଟି ଆକର୍ଷଣ ପାଇଁ  ଆମ ପ୍ରତିନିଧି ଙ୍କୁ ଫୋନ ମଧାମରେ ଜଣାଇ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ନିରପେକ୍ଷ, ନିର୍ଭୟ ଓ ପ୍ରଗତି ଶୀଳ ମସିହା

Related posts

ଚନ୍ଦ୍ରମଣି ନାଟ୍ୟ ସଂଘ ର ସାଧାରଣ ବୈଠକ:୨୦୨୩ ରେ ପାଳନ ହେବ ଶତ ବାର୍ଷିକୀ ଉତ୍ସବ

Sunil Chandra Nayak

ବିଧାନସଭା ମୌସୁମୀ ଅଧିବେଶନ: ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ

ସମସ୍ୟା ବଳୟରେ ଗାଡେବନ୍ଧ ପଞ୍ଚାୟତ, ପଞ୍ଚାୟତ ନିଜସ୍ଵ ଗୃହ କେବେ ?

Leave a Comment

error: Content is protected !!