ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର କଲେଜ ସ୍ବର୍ଣ୍ଣ ଜୟନ୍ତୀ କାର୍ଯ୍ୟକାରିଣୀ କମିଟି ଗଠିତ

ନବରଙ୍ଗପୁର:-(ମନିସ୍) ନବରଙ୍ଗପୁର ମହାବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର କଲେଜ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ମାର୍ଟ କ୍ଲାସ ରୁମ ଠାରେ ପଞ୍ଚମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଏକ କୋଡ଼ିଏ ଜଣିଆ କାର୍ଯ୍ୟକାରୀ କମିଟିର ଗଠନ କରାଯାଇଥିଲା । ଏହି କମିଟିରେ ସର୍ବସମ୍ମତି କ୍ରମେ ଗଣେଷ ଦାସ, ଦେବଦାସ ମହାଙ୍କୁଡ, ପ୍ରଭାକର ପାତ୍ର, ୱାଇ. ଭେଙ୍କଟେଶ୍ୱରୀ , ସଙ୍ଗୀତା ତ୍ରିପାଠୀ, ସ୍ୱର୍ଣଲତା ପଟ୍ଟନାୟକ, ସଂଯୁକ୍ତା ପଣ୍ଡା, ସୁରେଶ ମହାନ୍ତି, ଅଜିତ ପାତ୍ର, ନରସିଂହ ତ୍ରିପାଠୀ, ବାଙ୍କ ବିହାରୀ ବିଶୋୟୀ, ଶିବ ଶଙ୍କର ତ୍ରିପାଠୀ, କିଶୋର ପଟ୍ଟନାୟକ, ପୂର୍ଣ୍ଣ ମହାପାତ୍ର, ମନୋଜ ପାଢ଼ୀ, ଶ୍ରୀକାନ୍ତ ପଣ୍ଡା, ଅଖିଳ ଭତ୍ରା, କାହ୍ନୁ ଦାସ, ଫାଲଗୁନୀ ପାତ୍ର, ବିକ୍ରମ ଦାସଙ୍କୁ ଚୟନ କରାଯାଇଥିଲା। ଏହି କମିଟିର ଆସନ୍ତା କାଲି ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଛି। ଏହି କମିଟି ସୁବର୍ଣ୍ଣ ଜୟନ୍ତୀ ପାଳନର ରୂପ ରେଖ ପ୍ରସ୍ତୁତ କରିବେ ବୋଲି ଜଣା ପଡିଛି। ବୈଠକ ଶେଷରେ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଲେଜର ପୂର୍ବତନ ଛାତ୍ର ସଂସଦର ସଭାପତି ମନୋଜ ପାଢୀଙ୍କ ତରଫରୁ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରା କରାଯାଇଥିଲା ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଅପର୍ତ୍ତି ସେଠୀ ଙ୍କ କବିତା କଳାକାର

Sunil Chandra Nayak

ଗରିମା ର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ଯକ୍ରମ 

Sunil Chandra Nayak

Leave a Comment

error: Content is protected !!