ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତାଦଳର ୨୫ ବର୍ଷ ଉପଲକ୍ଷେ କୁସୁମୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

 ମୟୂରଭଞ୍ଜ-୨୯/୮/୨୨(ମସିହା) ଓଡ଼ିଶାରେ ଏକ ଆଂଚଳିକ ରାଜନୈତିକ ଦଳ ଭାବେ ବିଜୁ ଜନତା ଦଳ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠିତ ହୋଇଥିଲା ।୨୦୨୨ ଡିସେମ୍ବର ୨୬ ତାରିଖରେ ଏହା ୨୫ ବର୍ଷ ପୂରଣ କରି ୨୬ ବର୍ଷ ରେ ପଦାର୍ପଣ କରିବ ।ତେଣୁ ରାଜ୍ୟ ଦଳୀୟ ନିର୍ଦ୍ଦେଶକ୍ରମେ ବିଜୁଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମି ବ୍ଲକର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓଡିଶା ମୋ ପରିବାର ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ରବିବାର ଦିନ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସଦର ବିଜୁ ଯୁବ ଜନତା ସଭାପତି ତଥା ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଵିଜୁ ଛାତ୍ର ଜନତା ସାଧାରଣ ସଂପାଦକ ବିକାଶ ମହାନ୍ତ ଯୋଗଦେଇ ଫିତାକାଟି ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୨୭ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ  ମଣିଥିଲେ । କାର୍ଯ୍ୟକ୍ରମରେ ଅନିଲ,ଅଜିତ,ଲକ୍ଷ୍ମଣ,ଆସିବ,ସୁଧାର,ବନମାଳି,କୁଅଁର,ରାମସାଇ,ବିପିନ, ରଂଜନ, ରୋହିତ, ଶଙ୍କର,ଭୁଗୁଲ ପମୁଖ ଯୁବଛାତ୍ର ସଦସ୍ୟମାନେ ରକ୍ତ ସଂଗ୍ରହ ପରିଚାଳନାରେ ସହଯୋଗ କରିଥିଲେ । ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପବିତ୍ର ପ୍ରତ୍ୟୁଷ ମିଶ୍ର ଏବଂ ଅନ୍ୟ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚନ୍ଦାହାଣ୍ଡି ବ୍ଲକ ଯାଦବ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, 36 ୟୁନିଟ ରକ୍ତ ସଂଗୃହିତ 

Sunil Chandra Nayak

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

Sunil Chandra Nayak

କବିତା ସାହୁ ଙ୍କ କବିତା  ମହାଲକ୍ଷ୍ମୀଙ୍କ  ବାର   

Sunil Chandra Nayak

Leave a Comment

error: Content is protected !!