ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିବ ପରିବାରର ମୁଖ୍ୟ ବ୍ୟକ୍ତି ଅକର୍ମଣ୍ୟ ହୋଇ ବିଛଣାରେ , ସରକାରୀ ସାହlର୍ଯ୍ୟ କୁ ଅପେକ୍ଷା

ଢେଙ୍କାନାଳ, କାମାକ୍ଷାନଗର 28/8/22 ଯଦି ତିଆରି ହେଉଥିବା ନୁଆ ରାସ୍ତା ର ଦୁଇ ପାର୍ଶ୍ବରେ ବାଡ ଥାଆନ୍ତା ତେବେ ଆଜି ଗୋଟିଏ ଗରିବ ପରିବାର ର ମୁଖ୍ୟ ବ୍ୟକ୍ତି ଅକର୍ମଣ୍ୟ ହୋଇ ବିଛଣାରେ ପଡି ନ ଥାଆନ୍ତା  କଣ୍ଟ୍ରାକ୍ଟର ଠିକାଦାରଙ୍କ ଭୁଲ୍ ପାଇଁ ଆଜି ଗୋଟିଏ ଗରିବ ପରିବାର ର ମୁଖ୍ୟ ଲୋକ ର ମେରୁଦଣ୍ଡ ଭାଙ୍ଗି ଅକର୍ମଣ୍ୟ ,ଅଣ୍ଟା ଗୋଡ ଭାଙ୍ଗି ବିଛଣାରେ  l ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଚାନ୍ଦପୁର ଗ୍ରାମ  ର ପ୍ରେମାନନ୍ଦ ପରିଡ଼ା ଙ୍କ ପୁଅ ଡାକ୍ତର  ପରିଡା କିଛି ମାସ ପୂର୍ବରୁ  ଦିନ ମଜୁରି କରି ରାତି ୮ ଟା ସମୟ ରେ ଗଡପଳାଶୁଣି , ରୁ ଘରକୁ ଫେରୁଥିଲେ । ନୁଆରାସ୍ତା ତିଆରି କରିବା ପାଇଁ ଗାତ ଖୋଳି ଦେଇଥିଲେ ଠିକାଦାର । କିନ୍ତୁ   ଦୁଇ ପାର୍ଶ୍ଵରେ  ବାଡ ପାଚେରୀ କୌଣସି  ଦିଆଯାଇ ନଥିଲା ଯାହା ଫଳରେ  ସେଇ ଗାଡି ଟି ଗାଡ ଭିତରକୁ ଖସିପଡିଲା l ସେଇ ଭିତରେ ପ୍ରେମାନନ୍ଦ ଫସି ଗଲେ, ସଙ୍ଗେ ସଙ୍ଗେ ତାଙ୍କୁ ଗାଁ ର କିଛି ବ୍ୟକ୍ତି କଟକ ମେଡ଼ିକାଲ ନେଲେ । ଯାହା ଜମି ବାଡି ଥିଲା ବିକ୍ରି କରି ମେଡ଼ିକାଲ ଦେଖାଇବା ପରେ ଶେଷରେ ଅର୍ଥ ଅଭାବରୁ  ନିରାଶ ହୋଇ ଫେରିଲେ ।ପରିବାର କହିଲେ ବୃଦ୍ଧ ବାପା ମା,ସ୍ତ୍ରୀ ଗୋଟିଏ ୩ ବର୍ଷ ର କୁନି ଝିଅ ଟିଏ   । କେମିତି ଘର ଚଳିବ??? ଏତେ ଟଙ୍କା କୁଆଡୁ ଆଣିବେ ଯେ ଭଲ ହେବେ ।ଏହି ଖବର ପାଇ  ଭାରତୀୟ ମାନବାଧିକାର ପରିଷଦ ର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ, ବିରଞ୍ଚି ସାହୁ ଡାକ୍ତର ଙ୍କ ପାଖକୁ ଭଲମନ୍ଦ ବୁଝିବା ପାଇଁ ପଠାଇବା ସହିତ ପ୍ରଶାସନ କୁ ଟ୍ୟୁଇଟ କରି  ଅବଗତ କରାଇଥିଲେ। ତତ୍ ସହିତ    ଦୁଖବନ୍ଧୁ ବିଶ୍ୱାଳ  ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି ।ଉତ୍ତମ ଚିକିତ୍ସା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ କିଛି ଆର୍ଥିକ ସହାୟତା ,ଏବଂ ତାଙ୍କୁ ଦି ମୁଠା ଭଲରେ ଖାଇବା ପାଇଁ,ପୁଣି ତାଙ୍କୁ ଅନ୍ତୋଦୟ ଯୋଜନା ରେ ଅନ୍ତର୍ଭୁକ୍ତ କରି ଆବାସ ଯୋଜନାରେ ଘରଟିଏ ଦେଇ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ BHRC  ଦୁଖବନ୍ଧୁ ବିଶ୍ୱାଳ ସରକାର ଙ୍କୁ ଓ ସାମାଜିକ ଗଣ ମାଧ୍ୟମ କୁ ଅନୁରୋଧ କରିଛନ୍ତି। ଡାକ୍ତର ଙ୍କ ପରିବାର  ଓ ଗ୍ରାମବାସୀ  ସରକାର ଙ୍କୁ ଅନୁରୋଧ କରିଛନ୍ତି ।ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ପାଇଁ ଚାହୁଛନ୍ତି ଡାକ୍ତର ପରିଡ଼ା ଙ୍କ ଯୋଗାଯୋଗ ,ନମ୍ବର ଏବଂ Phonpay;gpay, Paytm -7077005760

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ 

 

Related posts

ମହିଳାଙ୍କ ନିଖୋଜ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାର ରେ କାର୍ତିକସ୍ୱର ମେଳଣ ସମୟରେ ଅଘଟଣ

Sunil Chandra Nayak

ନବ ନିଯୁକ୍ତ ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଵାମନଘାଟୀ ପ୍ରେସ କ୍ଲବର‌ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!