ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୂଳ ପରିବେଶ

ଠିକ୍ ଆଜିର ଦିନରେ ୧୯୯୩ ମସିହାରେ ହୋଇଥିଲା ତାଙ୍କ ଜନ୍ମ

ରୁପ୍ରା, ୨୯/୮ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଟିଜିଟି ଇଂରାଜୀ ଶିକ୍ଷୟିତ୍ରୀ ଆର୍ୟ୍ୟା କୁମାରୀ ପ୍ରାଚୀ ପ୍ରଭାଙ୍କ ଆଜି ହଠାତ୍ ପରଲୋକ ହୋଇଯାଇଛି। ଆଜି ତାଙ୍କର ୨୯ତମ ଜନ୍ମ ଦିବସ ଥିବା ବେଳେ ହଠାତ୍ ତାଙ୍କର ମୃତ୍ୟୁ ଖବର ଶୁଣି ଛାତ୍ରଛାତ୍ରୀ ତଥା ସହକର୍ମୀ ହତବାକ୍ ହୋଇଛନ୍ତି । ରବିବାର ୨୮ ତାରିଖ ଦିନ ସେ ଅସୁସ୍ଥ ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ତାଙ୍କ ବଡ ଭଉଣୀ ଚିକିତ୍ସା ନିମନ୍ତେ ନେଇଥିଲେ। ମାତ୍ର ତାଙ୍କର ଅବସ୍ଥା ଗୁରୁତର ବୋଲି କହି ଡାକ୍ତର ଅନ୍ୟତ୍ର ନେବାପାଇଁ ପରାମର୍ଶ ଦେବାରୁ ତାଙ୍କ ବଡ ଭଉଣୀ ଓ ଆଦର୍ଶ ବିଦ୍ୟାଳୟର ବିଗ୍ୟାନ ଶିକ୍ଷକ ହେମନ୍ତ ଭୋଇ ଏକ ଆମ୍ବୁଲାନ୍ସ ଯୋଗେ ଭୂବନେଶ୍ବର ମେଡିକାଲକୁ ନେଉଥିବା ବେଳେ ପହଞ୍ଚିବା ପୂର୍ବରୁ ଆଜି ଭୋର ସମୟରେ ଫୁଲବାଣୀ ନିକଟରେ ତାଙ୍କର ମୃତ୍ୟୁ ଘଟି ଯାଇଥିବା ଜଣାପଡିଥିଲା । ସେଠାରୁ ମର ଶରୀରକୁ ନେଇ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ନର୍ଲାବ୍ଲକ୍ ଅଧିନ ତୁଲାପଡାକୁ ଫେରାଇ ଅଣାଯାଇଥିଲା । ତୁଲାପଡାରେ ବାପା ଧୃବଚରଣ ବେହେରା ଥିବା ବେଳେ ପରିବାର ବର୍ଗ ମୃତ୍ୟୁ ଖବର ଶୁଣିବା ପରେ ଭୂବନେଶ୍ବରରୁ ଆସୁଛନ୍ତି । ମୃତ ଶିକ୍ଷୟିତ୍ରୀ ଜଣକ ଅତ୍ୟନ୍ତ ନମ୍ର, ମେଳାପୀ, ମିଷ୍ଠଭାସିନୀ ଓ କର୍ତ୍ତବ୍ୟନିଷ୍ଠ ଥିବାରୁ ଆଦର୍ଶ ବିଦ୍ୟାଳୟ ଆଜି ତାଙ୍କୁ ଝୁରୁ ଥିବାବେଳେ ତାଙ୍କୁ ହରାଇ ଛାତ୍ରଛାତ୍ରୀ କାନ୍ଦୁଛନ୍ତି। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଖମାରୀ ନିଜ ଶୋକବାର୍ତ୍ତା ଦେଇ କହିଛନ୍ତି ଏହା ଆମ ବିଦ୍ୟାଳୟର ଅପୂରଣୀୟ କ୍ଷତି ହୋଇଥିବା ବେଳେ, ଆଜି ତାଙ୍କର ୨୯ତମ ଜନ୍ମ ଦିବସ ଦିନ ହଠାତ୍ ତାଙ୍କର ପରଲୋକ ଖବର ଶୁଣି ଆମେ ସମସ୍ତେ ମର୍ମାହତ ବୋଲି କହିଥିଲେ । ଏହା ବ୍ୟତୀତ ଆଦର୍ଶ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଭିଭାବକ ମାନେ ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଆର୍ୟ୍ୟାଙ୍କ ବିୟୋଗରେ ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ମର ଶରୀର ଦର୍ଶନ କରିବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦ ତୁଲାପଡା ପହଞ୍ଚିଛନ୍ତି । ଭୁବନେଶ୍ବରରେ ଥିବା ତାଙ୍କ ମା’ ଓ ଭାଇ ପହଞ୍ଚି ନଥିବାରୁ ବର୍ତ୍ତମାନ ସୁଦ୍ଧା ଶବ ସତ୍କାର ହୋଇପାରି ନାହିଁ। ତାଙ୍କ ମୃତ୍ୟୁ ଯୋଗୁଁ ଆଜି ବିଦ୍ୟାଳୟ ବନ୍ଦ୍ ରହିଥିବା ବେଳେ ମଙ୍ଗଳବାର ଦିନ ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଖମାରୀ ପ୍ରକାଶ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଉରକେଲାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!