ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଖଇରା ବାସୀ

ବାଲେଶ୍ଵର,୦୨/୭/୨୨ – ଗତ ତା ୦୧/୭/୨୨ ରିଖ ଶୁକ୍ରବାର ଥିଲା ଡକ୍ଟର୍ସ ଡେ (ଡାକ୍ତର ଦିବସ) । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ଖଇରା ମେଡିକାଲର କାର୍ଯ୍ୟରତ ଡାକ୍ତର ଚନ୍ଦ୍ରକାନ୍ତ ଦାସ, ସାଇସିକନ୍ ଜେନା, ସୁବାଷ ଚନ୍ଦ୍ର ଦାସ, ପ୍ରଭାକର ମିଶ୍ର ଏବଂ ସଞ୍ଜିବା ବିଶ୍ବାଳଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ଖଇରା ବାସୀ । ରୋଗୀ ସେବାରେ ଖଇରା ମେଡିକାଲ ଅଞ୍ଚଳ ଓ ପଡୋଶୀ ଅଞ୍ଚଳର ଜନସାଧାରଣ ଆରୋଗ୍ୟ ଲାଭ କରୁଥିବାରୁ ଡକ୍ଟର ମାନେ ସମସ୍ତଙ୍କର ଅତି ପ୍ରିୟ ହୋଇଛନ୍ତି । ତେଣୁ ଡାକ୍ତର ମାନଙ୍କ ସେବା ଓ ବ୍ଯବହାରରେ ମୁଗ୍ଧ ହୋଇ ଖଇରା ବାସୀ ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଞ୍ଚଳବାସୀଙ୍କ ତରଫରୁ ବୁଦ୍ଧିରାମ ପାଣିଗ୍ରାହୀ ଓ ନିର୍ମଳ କୁମାର ଦାସ ମେଡିକାଲକୁ ଯାଇ କାର୍ଯ୍ୟରତ ଡାକ୍ତର ମାନଙ୍କୁ ଭେଟି ଉତ୍ତରୀୟ ଓ ଗୋଲାପ ଫୁଲଦେଇ ସମ୍ବର୍ଦ୍ଧିତ କରିଥିଲେ ।  ସେହିପରି ଖଇରା ଷ୍ଟେଟବ୍ୟାଙ୍କ ଛକ ନିକଟ ଡକ୍ଟର ହରେକୃଷ୍ଣ ରାଉତ ହୋମିଓପ୍ୟାଥିକ ଚିକିତ୍ସା କେନ୍ଦ୍ରକୁ ଯାଇ ଡକ୍ଟର ଶ୍ରୀ ରାଉତଙ୍କୁ ମଧ୍ୟ ଉତ୍ତରୀୟ ଓ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ, ଉତ୍ତମ ବ୍ଯବହାର ଓ ଉପଯୁକ୍ତ ସେବା ଦ୍ବାରା ବହୁ ରୋଗୀ ଆରୋଗ୍ୟ ଲାଭ କରିଥିବାର ଅନେକ ନଜିର ରହିଛି । ଏହିସବୁ ଦୃଷ୍ଟି କୋଣରୁ ଖଇରା ମେଡିକାଲରେ କାର୍ଯ୍ୟରତ ଡାକ୍ତର ମାନଙ୍କ ସେବାରେ ଅଞ୍ଚଳବାସୀ ବେଶ ଖୁସି ଥିବା ଖବର ସଂଗ୍ରହରୁ ଜଣାପଡିଛି । ତେଣୁ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ସେବା ମନୋଭାବକୁ ଉତ୍ସାହିତ କରିବା ପାଇଁ ଅଞ୍ଚଳବାସୀଙ୍କ ଏଭଳି ଉଦ୍ୟମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମିଶନ ଶକ୍ତି ଗୃହ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ

Sunil Chandra Nayak

ବାଇକରେ ଗଞ୍ଜେଇ ଚାଲାଣ ବେଳେ 2ଗିରଫ

Sunil Chandra Nayak

ଆଇଏଏସ୍‌ ସ୍ତରରେ ଅଦଳବଦଳ: ବିଜ୍ଞପ୍ତି ପ୍ରକାଶ ,ବେଦଭୂଷଣ, ଆଇଏଏସ ଧର୍ମଗଡ ଉପଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!