ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆଖାଇ ଅବସରରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ

ଚିଲିଗୁଡା ( ମ ନି ସ )  ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୂଆଖାଇ ଅବସରରେ ମୁଣ୍ଡରା ଗୁଡା ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ,ଦଣ୍ଡପ।ଟ ଯୁବ ସେବା ସଂଗଠକ ବେହେରା ଓ ସିଦ୍ଧି ବିନାୟକ ଚାରି ଟେବୁଲ ଟ୍ରଷ୍ଟ ଧର୍ମଗଡ଼ର ମିଳିତ ଆନୁକୂଲ୍ୟରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ ବିଶିଷ୍ଟ ଶିକ୍ଷାବିତ ବସନ୍ତ ନ।ଏକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି ।କାର୍ଯ୍ୟକ୍ରମ କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦୁ ସିଂ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂଆଖାଇ ଅବସରରେ ଅନୁଷ୍ଠାନର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସ୍ୱାଗତ ଯୋଗ୍ୟ ବୋଲି ମତ ବ୍ୟକ୍ତ କରିଥିଲେ ଏବଂ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ରାଜ୍ୟ କାର୍ଯ୍ୟ କ।ରି ସଭାପତି ବିଜୁ ଜନତା ଦଳ ଅବିନାଶ ଠାକୁର ,ଯୁବ ସଂଗଠକ ପ୍ରଭାତ ଦାସ ,ଅମିତ ଅଗ୍ରୱାଲ ,ବିଶିଷ୍ଟ ଶିକ୍ଷାବିତ ସୀମାଞ୍ଚଳ ନାଗ ପ୍ରମୁଖ ଯୋଗଦାନ କରି ଗଣ ପର୍ବ ନୂଆଖାଇ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି କାମନା କରିଥିଲେ ।କାର୍ଯ୍ୟକ୍ରମ ରେ ଚିଲିଗୁଡା ,ମୁଣ୍ଡରା ଗୁଡା ,ଖସିଗୁଡା ,ଚିଲକପୁର ,କଣ୍ଡିରି ପଦର ଗ୍ରାମର ଶତାଧିକ ଅସହାୟ ମହିଳା ,ଦିବ୍ୟ।ଙ୍ଗ ,ଗରିବ ,ଵୃଦ୍ଧ ଓ ବୃଦ୍ଧା ମାନଙ୍କୁ ଶାଢ଼ୀ ,ଗାମୁଛା ଏବଂ ଧୋତି ବଣ୍ଟନ କରା ଯାଇଥିଲା ।ସମାଜ ସେବୀ ଚିନ୍ମୟ ବେହେରା ଲକ୍ଷ ଓ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂଗଠକ ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।ପଦ୍ମାବତୀ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଷମା ଶିଳା ଛତ୍ରିଆ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।ଏଥିରେ ସଞ୍ଜୟ ସୁନାନୀ ,ପାର୍ବତୀ ରଣା ,ଚୈତନ୍ୟ ମାଝି ,ଦାମୋଦର ପଟେଲ ,ମଦନ ପଟେଲ ,ବୈଦେହୀ ବିହାର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

 

Related posts

ରତିନାରାୟଣ ରାଉତ ଙ୍କ କବିତା ପଦ୍ମ

ଜୟ କୁମାର ମିଶ୍ର ଙ୍କ କବିତା ମନେପଡେ, ସବୁ ଆଜି

Sunil Chandra Nayak

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ? ଅଗ୍ନିଶମ ସୁରକ୍ଷା ଅନୁମତି ବିନା ଚାଲିଛି ବିଦ୍ୟାଳୟ ଛାତ୍ରୀ ଓ ଛାତ୍ରାବାସ !

Sunil Chandra Nayak

Leave a Comment

error: Content is protected !!