ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ

ବ୍ୟୁରୋ -ସାହିତ୍ୟିକ କବି ବନ୍ଧୁ ପରିବାରର,ବାଲେଶ୍ଵର, ଓଡିଶା ତରଫରୁ ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ତା ୦୧.୦୮.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ   ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ଆମେରିକାରୁ ବୈଜ୍ଞାନିକ ଶ୍ରୀମତୀ ଚନ୍ଦ୍ରା ମିଶ୍ର ଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଆମେରିକାରୁ ପ୍ରଣତି ମହାପାତ୍ର ଓମକାର ନାଦଧ୍ବନି ସହ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ ।   ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବାଚକ,ଆଲୋଚକ ପଣ୍ଡିତ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ମହାଭାଗଙ୍କର ସପ୍ତମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗର ଶେଷ ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରି ପ୍ରୀତ ହୋଇଥିଲେ ।  ହେ ଅର୍ଜୁନ ! ମୁଁ ଅତୀତ, ମୁଁ ବର୍ତ୍ତମାନ, ମୁଁ ଭବିଷ୍ୟତର ସକଳ କଥା ଜାଣେ । ମୋତେ କେହି ଜାଣନ୍ତି ନାହିଁ ।ସବୁ ପ୍ରାଣୀ ଜନ୍ମ ହେବା ସମୟରୁ ଇଚ୍ଛା ଓ ଦ୍ବେଷର ଅଧୀନ ହୋଇ ଯାଆନ୍ତି । ସେଥିରୁ ଯଥାକ୍ରମେ ସୁଖ ଓ ଦୁଃଖ ଯାତ ହୁଏ , ଏହି ଦ୍ବନ୍ଦରେ ସମସ୍ତେ ମୋହିତ ହୋଇ ଯାଆନ୍ତି। ଯେଉଁମାନେ ଜରା- ମରଣ- ଚକ୍ରରୁ ଉଦ୍ଧାର ପାଇବା ପାଇଁ ଯତ୍ନ କରନ୍ତି, ସେମାନେ ବ୍ରହ୍ମ ସମ୍ବନ୍ଧୀୟ ସମସ୍ତ ଆଧ୍ୟାତ୍ମତତ୍ତ୍ବ ଓ କର୍ମତତ୍ତ୍ବକୁ ଜାଣି ପାରନ୍ତି । ରାମାୟଣ, ବେଦ ଉପନିଷଦ, ମହାଭାରତ ଭଳି ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ମହାଭାଗ । ଶେଷରେ ପଣ୍ଡିତ ଭାବଗ୍ରାହୀ ମିଶ୍ର ମଧ୍ୟ ନିଜ ବକ୍ତବ୍ୟରେ ଜ୍ଞାନ ବିଜ୍ଞାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ଗବେଷକ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କର ବକ୍ତବ୍ୟ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ଭକ୍ତି ଗଦଗଦ ହୋଇ ମନ୍ତବ୍ୟ ଦେଇଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୫ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ଶ୍ରୀଯୁକ୍ତ ବିଶ୍ବେଶ୍ବର ମାଝୀ ମହୋଦୟ ଧନ୍ୟବାଦ ଓ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ -ମୢତ୍ୟୁଞୟ ହେଲେ ସଭାପତି

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ସମୟ ସ୍ରୋତରେ ଜୀବନ

Sunil Chandra Nayak

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!