ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡ଼ାରେ ନୂଆଖାଇ ଭେଟ ଘାଟ ଓ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ

ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ନୂଆଖାଇ ପର୍ବ ଧୁମଧାମରେ ପାଳିତ ହୋଇଥାଏ ।ଏହି ଅବସରରେ ଗ୍ରାମର ସମସ୍ତଙ୍କ ସହଯୋଗରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଭେଟ ଘାଟ ଉତ୍ସବ ପାଳନ ଦିନରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ପୂର୍ବ ଶତ୍ରୁତାକୁ ଭୁଲି ଯାଇ ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇଥାଏ । ନୂଆଖାଇ ଭେଟ ଘାଟ ଦିନରେ ଗ୍ରାମର ବିର ଚହରିଆ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ ଶଶୀ ସେନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂଆଖାଇ ପର୍ବ ର ମହତ୍ଵ ଏବଂ ଉଦେଶ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ,ଭାଇଚାରାର ପର୍ବ ,ସେହ୍ନ ଓ ଶାନ୍ତିର ପର୍ବ ବୋଲି ସମ୍ବୋଧନ କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବରେ ସମାଜସେବୀ ହରି ହର ମହାରଣା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ କୁ ପୂର୍ବତନ ବ୍ୟାଙ୍କ ଅଧିକାରୀ ବୈକୁଣ୍ଠ ନ।ଏକ ସଭାପତିତ୍ୱ କରିଥିଲେ ।ସମନ୍ୱିତ ଅତିଥି ଭାବେ ଶିକ୍ଷାବିତ ପଦୁନାଭ ନାଗ ,ଶ୍ରୀ ପତି ପଟେଲ ,ସୁନ୍ଦର ମୋହନ ଛତ୍ରିଆ ,ସମିତି ସଭ୍ୟ ଖଲିଲ ନ।ଏକ ,ବାସୁ ଦେବ ପାଢ଼ୀ ,କଳ୍ପ ବଟ ପଟେଲ ,ମହେଶ୍ୱର ସାହୁ ,ଅଶୋକ ନ।ଏକ ,ସନ୍ତୋଷ ନ।ଏକ ,ଅଦଳ ନିଆଲ ,ବାସୁଦେବଛତ୍ରିଆ ,ରାଧେଶ୍ୟାମ ନାଗ ,ଅଗସ୍ତି ପଟେଲ ,ବୃନ୍ଦାବନ ମାଝୀ ,ସୌମ୍ୟ ରଞ୍ଜନ ନ।ଏକ ପ୍ରମୁଖ ଯୋଗଦାନ କରିଥିଲେ ।ଏହି ଡ୍ୟାନ୍ସ ପ୍ରତିଯୋଗୀତା ରେ ୨୨ ଗୋଟି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଏଥିରେ ବିଚାରକ ଭାବରେ ସୁନ୍ଦର ମୋହନ ଛତ୍ରିଆ ,ତପନ ନ।ଏକ ,ମହେଶ୍ୱର ସାହୁ ଏବଂ ବୃନ୍ଦାବନ ମାଝୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ ବିକି ଟାଇଗର ବଡ଼ କୁଟୁରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିସ ନିରୂପମା ଭୂର୍ସି ଗୁଡା ଦୂତୀୟ ,ମିଷ୍ଟର କଳ୍ପେ ତୃତୀୟ ,ଅନନ୍ତ ଡ୍ୟାନ୍ସ ଗ୍ରୁପ ଧର୍ମଗଡ଼ ଚତୁର୍ଥ ଏବଂ ମିସ ରେଖା ଲଡୁ ଗାଁ ଗୁମା ବାହ।ଲ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ କର୍ମ କର୍ତ୍ତା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ ନୀଳକଣ୍ଠନ।ଏକ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।ଦୀର୍ଘ ଦୁଇ ବର୍ଷ ପରେ ଗାଁ ରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ଅନୁଷ୍ଠାନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ମାଆ ଦାରିଦ୍ର୍ୟ ଭଞ୍ଜନୀ

Sunil Chandra Nayak

Leave a Comment

error: Content is protected !!