ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ଧାରୀ ନଦୀରେ ଭାସିଯାଇଥିବା ଦୁଇ ଯୁବକ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର

 ମୟୂରଭଞ୍ଜ ୨୧/୮/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନସ୍ଥ ମଣଦା ଫାଣ୍ଡି ଅଞ୍ଚଳ ଆହ୍ଲାପାଣି ଗ୍ରାମର ଦୁଇ ଯୁବକ ଯଥା ୪୫ ବର୍ଷିୟ ଗୋପିନାଥ ପାତ୍ର ଓ ୪୦ ବର୍ଷିୟ ଦିବାକର ଟୁଡୁ ଗତ ଶୁକ୍ରବାର ସନ୍ଧ୍ୟାରେ ସମୟରେ ମଣଦାରୁ ନିଜ କାମ ସାରି ଗ୍ରାମ ଆହ୍ଲାପାଣିକୁ ଫେରୁଥିବା ସମୟରେ କାଶିଦା- ବଡଗୁଡା ଅନ୍ଧାରୀ ନଦୀର ଉପରେ କାଠପୋଲ ଉପରେ ଯାଉଥିବା ସମୟରେ କାଠ ପୋଲଟି ଲଗାଣ ବର୍ଷା ଯୋଗୁଁ ଭାସି ଯାଇଥିଲା । ନଦୀ ଜଳସ୍ତର ପ୍ରଖର ଥିବାରୁ ଉଭୟେ ନଦୀ ଗର୍ଭରେ ଭାସି ଯାଇଥିଲେ ମାତ୍ର ଭାଗ୍ୟବଶତଃ ଗୋପିନାଥ ଭାସିଯାଇ କାଶିତାଣ୍ଡି ଵୁଦାରେ ଲଟକି ଯାଇଥିଲେ ।ଗାଁ ଲୋକେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ପକ୍ଷରେ ଦିବାକର ଟୁଡୁ ନଦୀ ଗର୍ଭରେ ଲୀନ ହୋଇଯାଇଥିଲେ।ଖବର ପାଇ ବିଶୋଇ ପୋଲିସ, ବିଶୋଇ ଅଗ୍ନିଶମ ବିଭାଗ ଓ ମଣଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଗତ ଦୁଇ ଦିନ ଧରି ଖୋଜିବା ପରେ ଆଜି ରବିବାର ସକାଳୁ ମଣଦା ଫାଣ୍ଡି ଅଧିକାରୀ ବିନୟ କୁମାର ବେହେରା,ମାନସ ମଣ୍ଡଳ, ଯଶୋବନ୍ତ ମହାନ୍ତ,ରାଇସେନ୍ ବାବୁ, ଟୁଡୁ ବାବୁ, ଗ୍ରାମ ରକ୍ଷୀ ସମେତ ଆହ୍ଲାପାଣି ଓ ଅନ୍ଧାରଝରୀ ଗାଁ ଲୋକେ ମିଶି ନଦୀ କୂଳେ କୂଳେ ଖୋଜିବା ଆରମ୍ଭ କରିଥିଲେ ଫଳରେ ରବିବାର ମଧ୍ୟାହ୍ନ ସମୟରେ ଅନ୍ଧାରଝରୀ ଗାଁ ମୁଣ୍ଡ ନଦୀରେ ଭାସମାନ ଅବସ୍ଥାରେ ଦିବାକର ଟୁଡୁ ର ମୃତ୍ୟ ଦେହ ଠାବ କରିଥିଲେ।ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନଦୀ ଗର୍ଭରୁ ଦିବାକର ଟୁଡୁ କୁ ଉଦ୍ଧାର କରିଥିଲେ।ଏ ବାବଦରେ ମଣଦା ଫାଣ୍ଡି ଅଧିକାରୀ ବିନୟ କୁମାର ବେହେରା ଏକ ଅପମୃତ୍ୟୁ ମାମଲା ୨୪/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ସଂଧ୍ୟାରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଦିବାକର ଟୁଡୁ ଜଣେ ଦିନ ମଜୁରୀଆ ।ଘରେ ତାଙ୍କର ଦୁଇଟି ସାନ ଝିଅ ଓ ପତ୍ନୀ ଅଛନ୍ତି ।ଦୁଃଖରେ ସେମାନେ ଭାଙ୍ଗି ପଡିଛନ୍ତି । ସରକାର ସହାୟତା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ଆରପାରି ରେ ସମସ୍ତଙ୍କ ପ୍ରିୟ ଗାନ୍ଧିବାଦୀ ସମାଜସେବୀ ଘାସିରାମ ପାଟ୍ଟଯୋଷୀ

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା ଲୁହା କହେ ସୁନାକୁ

Sunil Chandra Nayak

Leave a Comment

error: Content is protected !!