ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସିଗାଁ ପେକ୍ସ ସଭାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ପରେ ଦାୟିତ୍ୱ ଗ୍ରହଣ

ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗା ପେକ୍ସର ସଭାପତି ଭାବରେ ବିଶ୍ୱନାଥ କର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।ଆଜି ସେ ନିଜ କାର୍ଯ୍ୟାଳୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏଥିରେ ପେକ୍ସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ,ସୁରେଶ ପଣ୍ଡା ,ଫକୀର ମାଝି ,ପଞ୍ଚାନନ ଲହଜଳ ସମେତ ଅନେକ ଚାଷୀ ଏବଂ ପେକ୍ସ ସଦଦ୍ୟ ଗଣ ଉପସ୍ଥିତ ଥିଲେ । ଶ୍ରୀ କର ଚଳିତ ଖରିଫ ଚାଷରେ ଚାଷୀ ମାନେ ଧାନ ବିକ୍ରି ସମୟରେ ଯେମିତି ଠିକ ଭାବରେ ଧାନ ବିକ୍ରି କରିବେ ଏବଂ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରତିବର୍ଷ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ଉପରେ ବିଭିନ୍ନ ସମସ୍ୟା ଲାଗିରହିଛି ।ତାହାର ଯେମିତି ପୁନରାବୃତ୍ତି ନ ହେବ ସେଥି ପାଇଁ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।ଏହି ଅବସର ରେ ଚିତ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

ଦୁଇ ଦିନ ହେଲା ଅନ୍ଧାର ରେ ଫୁଲବାଣୀ ସହର

Sunil Chandra Nayak

କୋକସରା ବ୍ଲକ ପଞ୍ଚାୟତ ନିର୍ବାହି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!