ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଆଇଏଏସଙ୍କ ଧର୍ମଗଡ଼ ଗ୍ରସ୍ତ

ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା

କଳାହାଣ୍ଡିରେ ଯୋଗଦେଇ ଥିବା ନୂତନ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଆଇଏଏସ,ଆଜି ଧର୍ମଗଡ଼ ଗ୍ରସ୍ତରେ ଆସି ଧର୍ମଗଡ଼ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଥିଲେ ଏବଂ ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଧର୍ମଗଡ଼ ସହରସ୍ଥିତ କଳାହାଣ୍ଡି ଉତ୍ସବ ପଡିଆ ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମର ନିର୍ମାଣ କାର୍ଯ୍ୟ, 5T ଅଧୀନରେ ସ୍କୁଲ ରୂପାନ୍ତରଣର କାର୍ଯ୍ୟକ୍ରମ ରେ ଚାଲିଥିବା ଧର୍ମଗଡ଼ ସରକାରୀ ବାଳିକା ବିଦ୍ୟାଳୟର ଲାଇବ୍ରେରୀ,ଶୌଚାଳୟ, ମଧ୍ୟାହ୍ନ ଭୋଜନ ଗୃହ, ସ୍କୁଲ ପରିସରରେ ନିର୍ମିତ ସଦୃଶ୍ୟ ପାର୍କ ପରିଦର୍ଶନ କରିବା ସହ କ୍ଲାସରୁମକୁ ଯାଇ ଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଏହାପରେ ଜିଲ୍ଲାପାଳ ବିଜୁ ଫୋରୱେ ମଧ୍ୟ ପରିଦର୍ଶନ କରିଥିଲେ।ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ, ଆଇଏଏସ,ତହସିଲଦାର ହରେକୃଷ୍ଣ ବରିହା, ଗୋଷ୍ଟି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠି ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କୁଆଡେ ଗଲା ୨ହଜାର ଟଙ୍କିଆ ନୋଟ?

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

କଳାହାଣ୍ଡିର ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ମିଳିଲା “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍” 

Sunil Chandra Nayak

Leave a Comment

error: Content is protected !!