ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା 

ରୁପ୍ରା, ୨/୪ (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବିଭିନ୍ନ ଅଞ୍ଚଳରେ ରବିବାର ଅପରାହ୍ନରେ କାଲ ବୈଶାଖିର ପ୍ରଭାବ ଯୋଗୁଁ ଜୋର୍ ପବନ ସହ କାଁଭାଁ ବର୍ଷା ମଧ୍ଯ ହୋଇଥିଲା। ଫଳରେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ରହିଥିଲା। ସେହିପରି ବଡଧାରପୁର ଗ୍ରାମର ଟ୍ରାନ୍ସଫର୍ମର ଫ୍ଯୁଜ୍ ମଧ୍ୟ ଉଡିଯାଇଥିଲା। ଫଳରେ ସନ୍ଧ୍ୟା ହେବାରୁ ଗ୍ରାମ ଅନ୍ଧକାର ହୋଇଥିଲା। ଗ୍ରାମରେ ବିଦ୍ୟୁତ୍ ବିଭାଗର କୌଣସି କର୍ମଚାରୀ ନଥିବାରୁ ଗାଁ ର କିଛି ପିଲା ଟ୍ରାନ୍ସଫରମାରର ଫ୍ଯୁଜ୍ ବାନ୍ଧିବା ପାଇଁ ଯାଇଥିଲେ। ଲମ୍ବୋଦର ଦୋରା ୨୮ ବର୍ଷ ବୟସ ଟ୍ରାନ୍ସଫରମାରକୁ ଫ୍ଯୁଜ୍ ବାନ୍ଧିବା ପାଇଁ ଉପରକୁ ଚଢିଥିଲେ, ହଠାତ୍ ସେତିକି ବେଳେ ବିଦ୍ୟୁତ୍ ଚାର୍ଜ୍ ହୋଇଯିବାରୁ ଘଟଣାସ୍ଥଳରେ ହିଁ ଟ୍ରାନ୍ସଫରମାରରେ ଲମ୍ବୋଦର ଲଟକି ରହି ମୃତ୍ୟୁ ବରଣ କରିଥିଲେ। ଗାଁରେ ଏହି ଖବର ପ୍ରଚାରିତ ହେବାପରେ ଦେଖିବାକୁ ଘଟଣାସ୍ଥଳକୁ ଲୋକଙ୍କ ଶୁଅ ଛୁଟିଥିବା ବେଳେ ଗାଁରେ ଶୋକରଛାୟା ଖେଳି ଯାଇଛି। ଗ୍ରାମର କିଛି ବ୍ୟକ୍ତି ନର୍ଲା ଥାନା କୁ ଘଟଣା ବାବଦରେ ଅବଗତ କରାଇବାରୁ ସଙ୍ଗେ ସଙ୍ଗେ ନର୍ଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରାନ୍ସଫରମାରରେ ଲଟକି ରହିଥିବା ଶବକୁ ତଳକୁ ଓହ୍ଲାଇ ଶବ ଜବତ କରିଥିବା ବେଳେ ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ତେବେ ମୃତକ ଲମ୍ବୋଦର ଉକ୍ତ ଗ୍ରାମର ହଲଧର ଦୋରାଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ଥିବା ବେଳେ ତାଙ୍କ ପଛରେ ପତ୍ନୀ ଓ ଛୋଟ ଛୋଟ ପୁଅଝିଅଙ୍କୁ ଛାଡି ଯାଇଛନ୍ତି। ଉକ୍ତ ପରିବାର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇଥିବା ବେଳେ ସରକାରଙ୍କ ତରଫରୁ ଓ ବିଦ୍ୟୁତ୍ ବିଭାଗ ତରଫରୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି। ସୂଚନା ଥାଉକି ନର୍ଲା ଅଞ୍ଚଳରେ କିଛି ଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। ପ୍ରତିଦିନ ମଧ୍ୟରାତ୍ରିରେ ଦୁଇ ଘଣ୍ଟା ବିଦ୍ଯୁତ୍ କାଟ୍ ହେଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଓ ଏଥିପାଇଁ ନର୍ଲା ବିଦ୍ୟୁତ୍ ଉପଖଣ୍ଡ ଅଫିସ୍ କୁ ଘେରାଉ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏବାବଦରେ ଉପଖଣ୍ଡ ଏସ୍. ଡି. ଓ ଦିପକ ବେହେରାଙ୍କ ମତାମତ ପାଇଁ ଫୋନ୍ କଲେ ମଧ୍ୟ ଫୋନ୍ ଊଠାଉ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିଲିଗିରି ଠାରେ ହୋଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

ନିହଲପ୍ରସାଦରେ ଲୁଟ୍ ହେଉଛି ଖଣିଜ ସଂପଦ , ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

Sunil Chandra Nayak

ଏକତା ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଂଧୁମିଳନ

Leave a Comment

error: Content is protected !!