ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର, ଚୟନ ପକ୍ରିୟାରେ ଭାଗ ନେବା ଲାଗି ସରପଞ୍ଚ ଓ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ

ସଂଶୋଧିତ ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର ପ୍ରଣାଳୀ ବିଷୟରେ ବିସ୍ତୃତ ସୂଚନା www.panchayataward.gov.in ରେ ଉପଲବ୍ଧ ରହିଛି।

ସରପଞ୍ଚ ଓ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । ନୂଆ ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାରର ଚୟନ ପ୍ରକ୍ରିୟାରେ ସମସ୍ତ ଗ୍ରାମ ପଞ୍ଚାୟତର ଭାଗୀଦାରୀ ସୁନିଶ୍ଚିତ କରିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି। ସଂଶୋଧିତ ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ ପ୍ରକ୍ରିୟା ଆଗାମୀ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ। ପ୍ରବେଶିକାକୁ ଅନଲାଇନ୍‌ରେ ଜମା କରିବାର ଅନ୍ତିମ ତାରିଖ ଅକ୍ଟୋବର ୩୧, ୨୦୨୨ ରଖାଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ପତ୍ରରେ କହିଛନ୍ତି, ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାରର ଫର୍ମାଟ୍, ପ୍ରକ୍ରିୟା ତଥା ଶ୍ରେଣୀଗୁଡ଼ିକୁ ବ୍ୟାପକ ଭାବରେ ସଂଶୋଧନ କରାଯାଇଛି। ଯାହା ଫଳରେ ଗ୍ରାମୀଣ କ୍ଷେତ୍ରରେ ସ୍ଥାନୀୟକରଣ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)କୁ ହାସଲ କରିବା ଭଳି ବିଷୟରେ ବ୍ଲକ୍, ଜିଲ୍ଲା ଓ ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପଞ୍ଚାୟତକୁ ମାନ୍ୟତା, ସମ୍ମାନିତ ଓ ପ୍ରୋତ୍ସାହିତ କରାଯାଇପାରିବ।ସେ କହିଛନ୍ତି ଯେ ପଞ୍ଚାୟତରେ ସ୍ଥାନୀୟକରଣ ତଥା ସ୍ଥାୟୀ ବିକାଶ ଲକ୍ଷ୍ୟର ହାସଲର ଗତି ଦ୍ରୁତ କରିବା ପାଇଁ ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାରର ଫର୍ମାଟ୍ ତଥା ଶ୍ରେଣୀରେ ବହୁତ ସଂଶୋଧନ କରାଯାଇଛି ଏବଂ ବହୁ ସ୍ତରୀୟ ପ୍ରତିଯୋଗିତା କରିବା ପାଇଁ ସେମାନଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣର ୯ଟି ବିଷୟ ସହିତ ଯୋଡ଼ା ଯାଇଛି। ଏହି ବିଷୟଗୁଡ଼ିକ ହେଲା, ୧. ଦାରିଦ୍ର୍ୟ ଦୂରୀକରଣ ତଥା ଉନ୍ନତ ଜୀବିକାନିର୍ବାହ ଗ୍ରାମ, ୨. ସୁସ୍ଥ ଗ୍ରାମ, ୩. ଶିଶୁ ଅନୁକୂଳ ଗ୍ରାମ, ୪. ପର୍ଯ୍ୟାପ୍ତ ଜଳ ଗ୍ରାମ, ୫. ସ୍ବଚ୍ଛ ଓ ସବୁଜ ଗ୍ରାମ, ୬. ଗ୍ରାମରେ ସ୍ବାବଲମ୍ବୀ ଭିତ୍ତିଭୂମି, ୭. ସାମାଜିକ ଭାବେ ସୁରକ୍ଷିତ ତଥା ସାମାଜିକ ଭାବେ ନ୍ୟାୟ ଆଧାରିତ ଗ୍ରାମ, ୮. ସୁଶାସନ ସହିତ ଗ୍ରାମ ଓ ୯. ମହିଳା ଅନୁକୂଳ ପଞ୍ଚାୟତ। ପୂର୍ବରୁ ଏଗୁଡ଼ିକୁ ଗ୍ରାମରେ ଉତ୍ପନ୍ନ ବିକାଶ କୁହାଯାଉଥିଲା। ସଂଶୋଧିତ ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର ପ୍ରଣାଳୀ ବିଷୟରେ ବିସ୍ତୃତ ସୂଚନା www.panchayataward.gov.in ରେ ଉପଲବ୍ଧ ରହିଛି।

ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ବାରା ପ୍ରତ୍ୟେକ ବର୍ଷ ୨୪ ଏପ୍ରିଲକୁ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ (ଏନ୍‌ପିଆର୍‌ଡି) ଭାବରେ ପାଳନ କରାଯାଇଥାଏ। ଏହା ଦେଶରେ ପଞ୍ଚାୟତିରାଜ ପ୍ରଣାଳୀକୁ ସାମ୍ବିଧାନିକ ସ୍ଥିତି ପ୍ରଦାନ କରିବା ଉଦ୍ଦେଶ୍ୟରେ କରାଯାଇଥାଏ। ଏହା ସମଗ୍ର ଦେଶର ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ପଞ୍ଚାୟତକୁ ସଶକ୍ତ କରିବା ଏବଂ ପ୍ରେରିତ କରିବା ପାଇଁ ତାଙ୍କର ଉପଲବ୍ଧିକୁ ମାନ୍ୟତା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିଥାଏ। ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ପଞ୍ଚାୟତ ତଥା ଗ୍ରାମ ସଭାଗୁଡ଼ିକ ସମ୍ବନ୍ଧରେ ତାଙ୍କର ଭୂମିକା, ଦାୟିତ୍ବ, ଉପଲବ୍ଧି, ସମସ୍ୟା, ପ୍ରସ୍ତାବ ଆଦି ବିଷୟରେ ସଚେତନତା ବୃଦ୍ଧି କରିବା। ଏହି ଅବସରରେ ପ୍ରତ୍ୟେକ ବର୍ଷ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପଞ୍ଚାୟତକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେବା ତଥା ଲୋକ ହିତ ପ୍ରଦାନରେ ଉନ୍ନତି ଆଣିବା ପାଇଁ ଉତ୍ତମ କାର୍ଯ୍ୟକୁ ମାନ୍ୟତା ପ୍ରଦାନ କରିବା ନିମନ୍ତେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପଞ୍ଚାୟତ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପୁରସ୍କୃତ କରିଆସୁଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

ଟାଟା ଷ୍ଟିଲ ସମ୍ମୁଖରେ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା: ୭ ଗାଈ ମୃତ

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶାରଦୀୟ ଅବକାଶ

Sunil Chandra Nayak

Leave a Comment

error: Content is protected !!