ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁ ଦିବସ ପାଳିତ

ଡାବୁଗାଁ, ୫/୯ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି l ପ୍ରଥମେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପରେ ଛାତ୍ରୀ ମାନେ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଙ୍କ ପଦଧୌତ କରି ବନ୍ଦାପନା କରିଥିଲେ l ସଭାରେ ତିନୋଟି ବିଭାଗ ମଧରେ ଭାଷଣ, ପ୍ରବନ୍ଧଲିଖନ ଓ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା l ପରେ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଆଜିକାର ଦିବସ ଓ ଗୁରୁଶିଷ୍ୟ ସମ୍ପର୍କ ବିଷୟରେ ଛାତ୍ରୀ ମାନଙ୍କୁ କହିବା ସହିତ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅବସରପ୍ରାପ୍ତ ୨ ଜଣ ଶିକ୍ଷୟତ୍ରୀ ମେନକା ସାମଲ ଓ ପି. ଭି. ମାଲେଶ୍ୱରୀ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା l ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ପୁରାତନ ଛାତ୍ରୀ ମାନଙ୍କୁ ଛାତ୍ରୀ ମାନେ ପୁଷ୍ପଗୁଛ ଓ ଉପହାର ପ୍ରଦାନ କରିଥିଲେ l ଶେଷରେ ପ୍ରଧାନ ଶିକ୍ଷକ ତଥା ଅଧକ୍ଷ ସୁକାନ୍ତ କୁମାର ସ୍ୱାଇଁ ଗୁରୁଦିବସ ବିଷୟରେ ଛାତ୍ରୀ ମାନଙ୍କୁ କହିବା ସହିତ ଗୁରୁ ମାନଙ୍କୁ ଭକ୍ତି କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀ ଭାଗ ନେଇଥିଲେ l

 ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

Related posts

ମହିଳା ମହାବିଦ୍ୟାଳୟର ଆର୍ନ୍ତଜାତିକ ବିଦ୍ୟାର୍ଥୀ ଦିବସ 

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସଜ ଗୋଲାପ

Sunil Chandra Nayak

ଚିଚିଆ ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

Leave a Comment

error: Content is protected !!