ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମିକ କୁ ଜୀବନରେ ମାରି ଜଙ୍ଗଲରେ ପୋତିଦେଲେ , ପୋଲିସ ୧୧ ଦିନ ପରେ କଙ୍କାଳ ଉଦ୍ଧାର କଲା

ଫୁଲବାଣୀ -: ପ୍ରେମିକା କୁ ଦେଖା କରିବାକୁ ଯାଇ ପ୍ରେମିକ କୁ ଜୀବନରେ ମାରି ଜଙ୍ଗଲରେ ପୋତି ଦେଇଥିବା ଏବଂ  ୧୧ ଦିନ ପରେ ପୋଲିସ ପ୍ରେମିକ ର କଙ୍କାଳ ଉଦ୍ଧାର କରିଥିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।     ସୂଚନାଯୋଗ୍ୟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡା ଅଞ୍ଚଳର ସୁକଦେଵ ରଣା ୨୮ ନିଜ ପ୍ରେମିକା କୁ ଦେଖା କରିବାକୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲାଣ୍ଡଗାଁ ଗ୍ରାମ ପଞ୍ଚାୟତ ର ପୁଟୁକିପାଲି ଗ୍ରାମ କୁ ନିଜ ସାଙ୍ଗ କୁଶ ସେଠୀ ସାଥିରେ ବାଇକ ଯୋଗେ ଯାଇଥିଲା । ପୁଟୁକିପାଲି ତଳିପଡା ସ୍କୁଲ ଛାଡି ଦେଇ ଚାଲି ଯିବାକୁ ସାଙ୍ଗ କୁଶ ସେଠୀ ଙ୍କୁ କହିଥିଲା ପ୍ରେମିକ ସୁକଦେଵ। ସୁକଦେଵ କୁ ତାଙ୍କ ଗ୍ରାମରେ ଦେଖି ଗ୍ରାମର କେତେକ ଯୁବକ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ସୁକଦେଵ ର ଗ୍ରାମ ଲୋକଙ୍କ ଆକ୍ରମଣ ରେ ମୃତ୍ୟୁ ହୋଇଥିବା ରୁ ପ୍ରେମିକ ସୁକଦେଵ ରଣାର ମର ଶରୀର କୁ ପ୍ରେମିକ ର ପରିବାର ଜଙ୍ଗଲ ରେ ପୋତିଦେଇଥିଲେ। ଏ ଘଟଣା ସମ୍ପର୍କରେ ସୁକଦେଵ ର ଭାଇ ସୁବାସ ସୁକଦେଵ କୁ ହତ୍ୟା କରାଯାଇଥିବା ବାଲିଗୁଡା ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା କୁ ଭିତ୍ତିକରି ତଦନ୍ତ ଚଳାଇ ପ୍ରେମିକା ର ଗ୍ରାମ ପୁଟୁକିପାଲି କୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚାର ଉଚର କରିଥିଲା। ପରିବାର ଲୋକେ ସୁକଦେଵ କୁ ଖଣ୍ଡାରେ ହାଣି ମରିଯିବା ପରେ ପଲିଥିନ ରେ ଗୁଡ଼ାଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ। ପୋଲିସ ପରିବାର ଲୋକ ଙ୍କର ବୟାନ କୁ ଶୁଣିବା ପରେ ସେହି ସ୍ଥାନ ପୁଟୁକିପାଲି ଗ୍ରାମର କେରମେଲି ଜୋର ଜଙ୍ଗଲ ରୁ ପୋଲିସ ମୃତ ପ୍ରେମିକ ସୁକଦେଵ ରଣା ର ପଲିଥିନ ରେ ଗୁଡା ହୋଇଥିବା କଙ୍କାଳ ଜବତ କରିଥିଲେ। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ପ୍ରେମିକା ର ପରିବାର ପୁଟୁକିପାଲି ଗ୍ରାମର ଲୀଳାବତୀ ମଲ୍ଲିକ,ଗିରିଶ ମଲ୍ଲିକ,କଂଗ୍ରେସ ମଲ୍ଲିକ, ତୁଳସୀ ଠେଲା କୁ ଗିରଫ କରି ପୋଲିସ ବାଲିଗୁଡା ଥାନାରେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ସେହି ହତ୍ୟା ଘଟଣାରେ ଆଉ କେଉଁ ମାନେ ଜଡ଼ିତ ଅଛନ୍ତି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲିଗୁଡା ଥାନା ଅଧିକାରୀ ବାବା ସଙ୍କର ସରାଫ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ସମବେଦନା ସହ ଆଶୁ ଆରୋଗ୍ୟ କାମନା କଲା ଜିଲ୍ଲା କଂଗ୍ରେସ ଟିମ୍ 

Sunil Chandra Nayak

ଜବାହର ଉଚ୍ଚ ବିଦ୍ୟାପୀଠରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ଫଟୋ ରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳୀ ଦେଲେ ଆଜି ସେ ଫଟୋ ଫ୍ରେମ୍ ରେ ରହିଗଲେ…

Sunil Chandra Nayak

Leave a Comment

error: Content is protected !!