ରାଇଘର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ଏବଂ ଦେଶାତ୍ମବୋଧ କବିତା ପାଠୋତ୍ସବ ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବରେ ଅଧ୍ୟକ୍ଷ ପରୀକ୍ଷିତ ସାହୁ ସଭାପତିତ୍ବ କରିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଏଥି ସହିତ ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ ରାଉତ, ସୁସାହିତ୍ୟିକ ଡକ୍ଟର ପ୍ରଦୀପ ମିଶ୍ର, ନାଟ୍ୟକାର ଗୋପାଳ ମହାରଣା ସମ୍ମାନୀତ ଅତିଥିଭାବେ ମଞ୍ଚାସିନ ହୋଇଥିଲେ | କାର୍ଯ୍ୟକ୍ରମର ପରିଚାଳନା ଧନଞ୍ଜୟ ମଲ୍ଲ ଏବଂ କେଶବ ପଟନାୟକ କରିଥିବା ସହିତ ଅଭିରାମ ଲେଙ୍କା ଓ ସ୍ଵାଗତିକା ବାହିନୀପତି କବିତାଗୁଡିକର ସଂଯୋଜନା କରିଥିଲେ | ସଂଗ୍ରାମ ପରିଡା ସ୍ୱାଗତ ଭାଷଣ ଏବଂ ସାଗର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ | କବି ରବିନ୍ଦ୍ର ବାହିନୀପତି, ଲୋକେଶ ଜେନା, ଗୁରୁଦାସୀ ମଣ୍ଡଳ, ବୈଜୟନ୍ତୀମାଳା ରାଉତ, ଅନାମ ଚରଣ ସାହୁ, ସୁଧାଂଶୁ ନାୟକ, ଗୌରାଙ୍ଗ ପାଲ, ଅନନ୍ତ ପ୍ରସାଦ ନନ୍ଦୀ, ପ୍ରକାଶ ସାମଲ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାସ, ପୁନମ ବିଶ୍ୱାସ ପ୍ରମୁଖ ଦେଶାତ୍ମବୋଧ କବିତା ପାଠ କରିଥିଲେ | ସମଗ୍ର କାର୍ଯ୍ୟକ୍ରମକୁ ଶକ୍ତିକାନ୍ତ ଜେନା, ବିଭୀଷଣ ଗଣ୍ଡ ଏବଂ ବୁଦ୍ଧେଶ୍ୱର ମଣ୍ଡଳ ପରିଚାଳନା କରିଥିଲେ |
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ