ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ କସ୍ତୁରବା ବାଳାଶ୍ରମ ରେ ଆଜାଦି କା ଅମୃତ ମହୋତ୍ସବ ୧୩ ଅଗଷ୍ଟ ରୁ ୧୫ ଅଗଷ୍ଟ ତିନି ଧରି ପାଳନ କରାଗଲା । ଏହି ତିନି ଦିନ ପ୍ରବଳ ବର୍ଷା ସତ୍ତ୍ବେ ଶ୍ରୀ ମୋହନ ମୁଣ୍ଡା ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ନୂଆପଡା ,ଶ୍ରୀ ସୁଧିର୍ କ୍ଷେତ୍ରୀ,କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ସଦସ୍ୟମାନେ ଅର୍ଚ୍ଚନା ପାଢ଼ୀ, ପ୍ରିୟଦର୍ଶିନୀ ଠାକୁର, ଦେବାଶୀଷ ତାଣ୍ଡୀ, ଚନ୍ଦ୍ରମଣୀ ମହାନନ୍ଦ, ପୂର୍ଣ୍ଣମୀ ପଟେଲ୍, ଶୁଶ୍ରିମୟୀ ବିଭାର୍, ମାଲା ସବର୍ ତ୍ରିରଙ୍ଗା ଉତ୍ସବରେ ସାମିଲ ହୋଇ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ଗୀତ, ଭାଷଣ, ସାଧାରଣ ଜ୍ଞାନ , ରଙ୍ଗୋଲି ତିଆରି, ଗୁଡ଼ି ତିଆରି, ରଚନା ଲିଖନ, ନୃତ୍ୟ ଇତ୍ୟାଦି ମାଧ୍ୟମରେ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଛନ୍ତି । ଅଗଷ୍ଟ ୧୫ ଦିନ ଏହି ପବିତ୍ର ଅବସରରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉଜ୍ଜ୍ୱଳ ଗୁପ୍ତା ମୁଖ୍ୟ ଅତିଥି ଭାବରେ କସ୍ତୁରବା ବାଳାଶ୍ରମ, ଖଡ଼ିଆଳକୁ ଆସି ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯୱାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ