ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କସ୍ତୁରୀବା ବାଳାଶ୍ରମ ରେ ଆଜାଦିକା ଅମୃତ ମହୋତ୍ସବ

ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ କସ୍ତୁରବା ବାଳାଶ୍ରମ ରେ ଆଜାଦି କା ଅମୃତ ମହୋତ୍ସବ ୧୩ ଅଗଷ୍ଟ ରୁ ୧୫ ଅଗଷ୍ଟ ତିନି ଧରି ପାଳନ କରାଗଲା । ଏହି ତିନି ଦିନ ପ୍ରବଳ ବର୍ଷା ସତ୍ତ୍ବେ ଶ୍ରୀ ମୋହନ ମୁଣ୍ଡା ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ନୂଆପଡା ,ଶ୍ରୀ ସୁଧିର୍ କ୍ଷେତ୍ରୀ,କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ସଦସ୍ୟମାନେ ଅର୍ଚ୍ଚନା ପାଢ଼ୀ, ପ୍ରିୟଦର୍ଶିନୀ ଠାକୁର, ଦେବାଶୀଷ ତାଣ୍ଡୀ, ଚନ୍ଦ୍ରମଣୀ ମହାନନ୍ଦ, ପୂର୍ଣ୍ଣମୀ ପଟେଲ୍, ଶୁଶ୍ରିମୟୀ ବିଭାର୍, ମାଲା ସବର୍ ତ୍ରିରଙ୍ଗା ଉତ୍ସବରେ ସାମିଲ ହୋଇ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ଗୀତ, ଭାଷଣ, ସାଧାରଣ ଜ୍ଞାନ , ରଙ୍ଗୋଲି ତିଆରି, ଗୁଡ଼ି ତିଆରି, ରଚନା ଲିଖନ, ନୃତ୍ୟ ଇତ୍ୟାଦି ମାଧ୍ୟମରେ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଛନ୍ତି । ଅଗଷ୍ଟ ୧୫ ଦିନ ଏହି ପବିତ୍ର ଅବସରରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉଜ୍ଜ୍ୱଳ ଗୁପ୍ତା ମୁଖ୍ୟ ଅତିଥି ଭାବରେ କସ୍ତୁରବା ବାଳାଶ୍ରମ, ଖଡ଼ିଆଳକୁ ଆସି ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯୱାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

Related posts

ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ ସ୍ବାମୀ ରହିଲା ସାକ୍ଷୀ

Sunil Chandra Nayak

ଜୁନାଗଡ଼ ରେ କୋଶଳ ରାଇଜ ଦାବି ,ବନ୍ଦ ପାଳନ ଆଂଶିକ ସଫଳ

Sunil Chandra Nayak

Leave a Comment

error: Content is protected !!