ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ମାସ ହେଲା ପିଡ଼ିଏସ ଚାଉଳ ମିଳିନି, ବିଧାନ ସଭା ଗୃହ କମିଟି ପାଖରେ ଫେରାଦ ହେଲେ ଗାଁ ଲୋକେ

ନୂଆପଡା,ଖଡ଼ିଆଳ ବ୍ଲକ ମାଣ୍ଡୋସିଲ ଗ୍ରାମରେ ଲୋକଙ୍କୁ ମିଳୁନି ପିଡ଼ିଏସ ଚାଉଳ । କେହି ଯେମିତି ଭୋକରେ ମରିବେ ନାହିଁ, ସେଥିପାଇଁ ଭାରତରେ ଲାଗୁହୋଇଛି ବିଶ୍ୱର ସର୍ବବୃହତ ଖାଦ୍ୟ ଯୋଜନା-ଖାଦ୍ୟ ସୁରକ୍ଷା ଆଇନ-୨୦୧୨ । ଏହି ଆଇନ ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଚାଉଳ ବା ଗହମ  ପାଞ୍ଚ କିଲୋଗ୍ରାମ ଦେବାର ନିୟମ ରହିଛି।ଓଡ଼ିଶାରେ ଏହି ଯୋଜନା ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଛି । ଖଡ଼ିଆଳ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତରେ କିନ୍ତୁ ଦୁଇ ମାସ ହେଲା ଚାଉଳ ବଣ୍ଟା ଯାଇନି।ଲୋକଙ୍କ ଅଭିଯୋଗ ଅନୁଯାୟୀ ସରପଞ୍ଚଙ୍କ ସ୍ୱାମୀ ଗୋଦାମ ଘରେ ତାଲା ପକାଇ ଦେଇଛନ୍ତି ଓ ଚାଉଳ ବଣ୍ଟନ କୁ ରୋକି ଦେଇଛନ୍ତି। ଏକଥାକୁ ଅସ୍ବୀକାର କରିଛନ୍ତି ସରପଞ୍ଚ ସୁବାଷିନୀ ପାନ ଓ ପ୍ରଶାସନ ତାଲା ଦେଇଥିବା କହିଛନ୍ତି ଯାହାର ଚାବି କାର୍ଯ୍ୟନିର୍ବାହୀ ଅଧିକାରୀ ରଖିଛନ୍ତି। ଆସନ୍ତାକାଲି ଚାଉଳ ବାଣ୍ଟି ଦିଆଯିବ ବୋଲି ସେ କହିଛନ୍ତି।ଗତକାଲି ଓଡିଶା ବିଧାନସଭା ଗୃହ କମିଟିର ଛଅ ଜଣ  ନୁଆପଡା ଗସ୍ତ କରିଥିବା ବେଳେ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଯାଇଥିଲେ।ଲୋକେ ସେଠାରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ସଦସ୍ୟ ମାନଙ୍କୁ ଚାଉଳ ମିଳି ନଥିବା ଜଣାଇଥିଲେ। ଯୋଗାଣ ସହାୟକ ଓ ସରପଞ୍ଚଙ୍କ ମଧ୍ୟରେ ସୁସମ୍ପର୍କ ନଥିବାରୁ ଏସବୁ ହେଉଥିବା ସେମାନେ ଅଭିଯୋଗ କରିଥିଲେ।ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା କହି ସାତଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଖଡ଼ିଆଳ ବିଡିଓ ନାରାୟଣ ସାହୁ ଙ୍କୁ କମିଟି ନିର୍ଦ୍ଦେଶ ପ୍ରଦାନ କରିଥିଲା। ଲୋକଙ୍କ କହିବାନୁଯାୟୀ ପୂର୍ବରୁ ଏପରି ସମସ୍ୟା ଦେଖା ଯାଇନଥିଲା। ପୂର୍ବରୁ ନିୟମିତ ଭାବରେ ଲୋକେ ଖାଦ୍ୟ ଶସ୍ୟ ପାଉଥିଲେ କିନ୍ତୁ ଏହି ନୂତନ ସରପଞ୍ଚ ଆସିଲା ପରେ ତାଙ୍କ ସ୍ୱାମୀ ଯୋଗାଣ ସହାୟକଙ୍କୁ ବାହାର କରି ନିଜେ ହେବାକୁ ଚେଷ୍ଟା କରୁଛନ୍ତି।ଏନେଇ ପଞ୍ଚାୟତ ବୈଠକରେ ପ୍ରସ୍ତାବ ଗୃହୀତ କରି ପ୍ରଶାସନକୁ ମଧ୍ୟ ଦେଇଛନ୍ତି।ଆଉ ଏକ ଉଲ୍ଲେଖନୀୟ କଥା ହେଲା ସରପଞ୍ଚ ନିଜେ ରାସନ କାର୍ଡ ଧାରୀ ଓ ଖାଦ୍ୟ ଶସ୍ୟ ପାଉଛନ୍ତି। ଏଥି ପ୍ରତି ପ୍ରଶାସନ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

 

Related posts

ଫୁଲବାଣୀ ପୌର ନିର୍ବାଚନ – ମନ୍ତ୍ରୀ ପଦ୍ମନାଭ ବେହେରା ଓହ୍ଲାଇଲେ ନିର୍ବାଚନ ମଇଦାନ ରେ

Sunil Chandra Nayak

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

Sunil Chandra Nayak

ନିର୍ମାଣ ସରି ଦୁଇବର୍ଷ ବିତିଲା , କମର୍ଦ୍ଧାରେ କାର୍ଯ୍ୟକ୍ଷମ ହେଇନି ବସୁଧା ପାନୀୟ ଜଳ ପ୍ରକଳ୍ପ

Sunil Chandra Nayak

Leave a Comment

error: Content is protected !!