ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନରେ ତିନୋଟି ସ୍ଵର୍ଣ୍ଣ ପଦକ ହାସଲ 

ଢେଙ୍କାନାଳ: ତା.୧୩.୦୯.୨୦୨୨ରିଖ: ନିକଟରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସ କୋଚ୍ ଗୋପାଳ କୃଷ୍ଣ ଦାସଙ୍କ ଅଧିନରେ ଡି. ଡବ୍ଲ୍ୟୁ .ଏ .ଡି. ,ଇଣ୍ଡୋର୍ ହଲ , ଢେଙ୍କାନାଳରେ ତାଲିମ୍ ଗ୍ରହଣ କରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଇଣ୍ଟର କ୍ଳବ୍ ଓଡ଼ିଶା -୨୦୨୨ ଭାର ଉତ୍ତୋଳନ ପ୍ରତିଯୋଗିତାରେ ୭୩ କେଜି ବର୍ଗରେ ୟୁଥ୍ /ଯୁବ (୧୩ ରୁ ୧୮ ବର୍ଷ ବୟସ) ,ଜୁନିୟର/କନିଷ୍ଠ (୧୮ ରୁ ୨୧ବର୍ଷ ବୟସ) ଓ ସିନିୟର୍/ବରିଷ୍ଠ (୨୧ ବର୍ଷରୁ ଉର୍ଦ୍ଧ୍ବ ବୟସ) ବିଭାଗରେ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଗୋଟିଏ ସର୍ବମୋଟ୍ ତିନୋଟି ସ୍ଵର୍ଣ୍ଣ ପଦକ ସହ ପ୍ରଶଂସା ପତ୍ର ହାସଲ କରିଛନ୍ତି। ସେ ରାଜ୍ୟସ୍ତରରେ ସ୍ନାଚ୍ ରେ ୧୦୭ କିଲୋ ଓ କ୍ଲିନ୍ ଏଣ୍ଡ ଜରକ୍ ରେ ୧୩୭ କିଲୋ ଭାର ଉତ୍ତୋଳନ କରି ଏହି ବିରଳ ଗୌରବର ଅଧିକାରୀ ହୋଇ ପାରିଛନ୍ତି। ପ୍ରକାଶ ଥାଉକି ଢେଙ୍କାନାଳ ଭାପୁର ଟେଣୁଆ ଗ୍ରାମର ଅଧିବାସୀ ବର୍ତ୍ତମାନ ଢେଙ୍କାନାଳ କୁଣ୍ଟୁଣିଆ ନୂଆ ସାହିର ବାସିନ୍ଦା ତାଙ୍କର ପିତା ହରିହର ଦାସ ଜଣେ ଅଟୋଚାଳକ ଓ ମାତା ଗୋଲାପ ଦାସ ଜଣେ ଗୃହିଣୀ।ଏହି ଉପଲକ୍ଷେ ବିଦ୍ୟାଳୟ ଶ୍ରେଣୀଗୃହରେ ଓ ପ୍ରାର୍ଥନା ସଭାରେ ବିଦ୍ୟାଳୟର ଛାତ୍ରୀ,ଛାତ୍ର ,ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମଚାରୀ ଵୃନ୍ଦଙ୍କ ଉପସ୍ଥିତିରେ ପୁନର୍ବାର କୃତୀ ଛାତ୍ର ହୃଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ଏହି ଶତାୟୁ ବିଦ୍ୟାଳୟର ଗୌରବ ଅର୍ଜନ କରିଥିବା ଆମ ଛାତ୍ର ହୃଦାନନ୍ଦ ଦାସଙ୍କ ଏହି ସଫଳତା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷାସେବା-୧(କନିଷ୍ଠ) ଛାତ୍ର ହୃଦାନନ୍ଦ ଦାସଙ୍କ ଏହି ରାଜ୍ୟସ୍ତରୀୟ ସଫଳତାରେ ଆମେ ସମସ୍ତେ ଗର୍ବିତ ଓ ଆଗାମୀ ଦିନରେ ଏହିଭଳି ଆହୁରି ଅନେକ ସଫଳତା ବିଦ୍ୟାଳୟ ପାଇଁ ଗୌରବର ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ଶ୍ୱେତପଦ୍ମା ମିଶ୍ର, ବରିଷ୍ଠ ଶିକ୍ଷକ ଦେବରାଜ ରାଉତ,ଇତିଶ କୁମାର ବରାଳ, ଡ଼ା.ଦେବୀ ପ୍ରସାଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା, ସୁଚିତ୍ରା ସାହୁ, ଡ଼ଃ ଅନୁପମା ମିଶ୍ର, କିଶୋର ଚନ୍ଦ୍ର ସାମଲ,ଦିପ୍ତିଶ୍ କୁମାର ଶତପଥୀ, କିରଣମୟୀ ମହାଳିକ, କଲ୍ୟାଣୀ ବଡ଼ଜେନା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, କଳ୍ପନା ବାରିକ, କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ବୃନ୍ଦ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଛୋଟ୍ଟରାୟ,ଉପସଭାପତି, ସଦସ୍ୟ ସାରଙ୍ଗଧର ସାହୁ ସମେତ ସମସ୍ତ ସଦସ୍ୟ, ସଦସ୍ୟା ବୃନ୍ଦ, ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ଅନ୍ୟତମ ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପ୍ରାକ୍ତନ ଛାତ୍ର ତଥା କବି ଅବନୀ ମିଶ୍ର , ପ୍ରାକ୍ତନ ଛାତ୍ର ତଥା ଅଧ୍ୟାପକ ଜ୍ଞାନେନ୍ଦ୍ର ସାହୁ, ପ୍ରାକ୍ତନ ଛାତ୍ର ତଥା ଆଇନଜୀବୀ ଶିବସାଇ ମହାପାତ୍ର ପ୍ରମୁଖ ବିଦ୍ୟାଳୟର ଅନେକ ଶୁଭେଛୁବୃନ୍ଦ ବିଦ୍ୟାଳୟର ଏହି କୃତୀ ଛାତ୍ର ହୃଦାନନ୍ଦ ଦାସଙ୍କୁ ଏହି ବିରଳ ସଫଳତା ହାସଲ ପାଇଁ ତାଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଅନେକ ଅନେକ ଶୁଭକାମନା ଜଣାଇଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ନାରୀ ନାରାୟଣୀ 

ଖବର ସଂଗ୍ରହ କରିଯାଇଥିବା କର୍ମରତ ସାମ୍ବାଦିକ ଙ୍କୁ ଆମାନୁଷିକ ବ୍ୟକ୍ତି ଙ୍କ ଥାନା ସମ୍ମୁଖ ରେ ସଂଘ ବଧ ଆକ୍ରମଣ

ବ୍ଲକସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!