ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସରୁ 8 ଦାଦନ ଶ୍ରମିକ ଉଦ୍ଧାର

ପାପଡାହାଣ୍ଡି,13/9, ମନିସ –— ନବରଙ୍ଗପୁର ଜିଲ୍ଲାରୁ ପୁଣି ଛୁଟିଛି ଦାଦନଙ୍କ ସୁଅ | ଦାଦନ ଖଟିବାକୁ ବସରେ ତାମିଲନାଡୁକୁ ଯାଉଥିବା ସମୟରେ ରାଇଘର ଅଞ୍ଚଳର 8 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପାପଡ଼ାହାଣ୍ଡି ପୋଲିସ | ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ 4 ଜଣ ଯୁବକ ଓ 3 ଜଣ ଯୁବତୀ ଙ୍କ ସମେତ ଜଣେ ନାବାଳିକା ଥିବା ସୂଚନା ମିଳିଛି | ଶ୍ରମିକ ମାନେ ଏକ ସରକାରୀ ବସରେ ରାଇଘର ରୁ ବିଶାଖାପାଟଣା କୁ ଯାଉଥିବା ସମୟରେ ପାପଡ଼ାହାଣ୍ଡି ଟ୍ରାଫିକ ଛକ ନିକଟରେ ଗାଡ଼ିକୁ ଅଟକାଇ ସେମାନଙ୍କୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର ହୋଇଥିବା 4 ଜଣ ଯୁବକ ନଡ଼ିଆ ଦୌଡ଼ି ତିଆରି କରିବା ପାଇଁ ତାମିଲନାଡୁ ରାଜ୍ୟର କ୍ରିଷ୍ଣାଗିରୀ କୁ ଯାଉଥିଲେ ଏବଂ 3 ଜଣ ଯୁବତୀ ଓ ଜଣେ ନାବାଳିକା ସିଲେଇ କାମ କରିବା ପାଇଁ ତାମିଲନାଡୁର ତ୍ରିପୁର୍ ସ୍ଥିତ ଏକ ଲୁଗା କାରଖାନାକୁ ଯାଉଥିଲେ | ତେବେ ପୋଲିସ ସୂଚନା ମୁତାବକ ଯୁବତୀ ମାନଙ୍କ ପରିବାରଙ୍କ ଅଭିଯୋଗ ମୁତାବକ ସେମାଙ୍କୁ ଉଦ୍ଧାର କରାଯାଇ ଅଟକା ଯାଇଥିଲା | ପରେ ପରିବାର ଲୋକ ଆସିବେ ପରେ ଛାଡି ଦିଆଯାଇଥିଲା | ତେବେ ଯୁବତୀ ମାନଙ୍କ ସହ ଯୁବକ ମାନଙ୍କ କୌଣସି ଲିଙ୍କ ନ ଥିବା ଓ ପୂର୍ବରୁ ସେମାନେ ଦୌଡ଼ି ତିଆରି କରିବାକୁ ଯାଉଥିବା ଜାଣି ପୋଲିସ ସେମାନଙ୍କୁ ଛାଡି ଦେଇଛି | ପ୍ରତିବର୍ଷ ନବରଙ୍ଗପୁର ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଶ୍ରମିକ ଦାନାପାଣି ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

ବିଶୋଇରେ ମାଲବାହୀ ଟ୍ରକ ନେଲା ସାଇକେଲ ଆରୋହୀ ପ୍ରାଣ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଅର୍ଥନୈତିକ ସ୍ଵାଧୀନତା ପାଇଁ ଯୁଦ୍ଧ

Sunil Chandra Nayak

Leave a Comment

error: Content is protected !!