ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷି ଓ କୃଷକର ଉନ୍ନତି କଳ୍ପେ ସଚେତନତା କର୍ମଶାଳା ଅନୁଷ୍ଠିତ

ରାଉରକେଲା/ କେନ୍ଦ୍ରୀୟ ଯୋଜନା ଅଧୀନରେ ଦଶ ହଜାର କୃଷକ ଉତ୍ପାଦକ ସଂଗଠନ ଓ ତାର ସୁପରିଚାଳନା ତଥା ବିକାଶ ସମ୍ପର୍କରେ ଏକ ସଚେତନତା କର୍ମଶାଳା ସ୍ବେଚ୍ଛାସେବୀ ସଂଗଠନ “ଲାଲ” ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଲାଠିକଟା ବ୍ଳକ ଅନ୍ତର୍ଗତ ଭାଟିଟୋଲ୍ଲା ଅଙ୍ଗନବାଡି କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠିର ବହୁ ମହିଳା କର୍ମୀ ଓ ମିଶନଶକ୍ତିର କର୍ମକର୍ତ୍ତା ଯୋଗଦେଇ କୃଷକ ଉତ୍ପାଦକ ସଂଗଠନ ଗଠନରେ ମହିଳା ମାନଙ୍କ ଭୂମିକା, ଉନ୍ନତମାନର କୃଷି ଉପକରଣ, ରାସାୟନକ ସାର ଓ କୀଟନାଶକ ଔଷଧ ତଥା କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟରେ ବିକ୍ରୀର ଫାଇଦା ଉଠାଇବାପାଇଁ ମହିଳାଙ୍କ ଦ୍ୱାରା କୃଷକ ଉତ୍ପାଦନ ସଂଗଠନ ଗଠନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଏହି ବୈଠରେ ମତପ୍ରକାଶ ପାଇଥିଲା l ମିଶନଶକ୍ତିର ସ୍ଥାନୀୟ ସଭାପତି ନିରୁପମା ସ୍ୱାଇଁ କହିଲେ ମହିଳାମାନେ ସ୍ୱାବଲମ୍ବୀ ନହେଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ। ଏଣୁ ପ୍ରତ୍ୟେକ ମହିଳା ଚାଷ ଆଦି କାର୍ଯ୍ୟରେ ନିଜକୁ ସାମିଲ କରି ଏହାର ଲାଭ ଉଠାଇବାକୁ ସେ ସମସ୍ତ ମହିଳାଙ୍କୁ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ବାସନ୍ତୀ ପଶାୟତ, ନାରୀନେତ୍ରୀ କାନ୍ତା ଏକ୍କା, ଶୁକମଣି ଦେଇ, ନୀଳିମା କାନ୍ଦୁଲନା, ରୀନା ଟପ୍ପୋ, ସୁନେଲି ସଂଯୁକ୍ତା ସୁଦି, କୁନ୍ତୀ ପାତ୍ର, ହୀରାମତି ଟପ୍ପୋ, ଆଶା ଟପ୍ପୋ, ସାଲିମ ଲାକ୍ରା,ମମତା ଧଳ ଓ ଚିନ୍ମୟୀ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗନେଇ ମହିଳା କୃଷକ ମାନଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସଂଯୋଜକ ଶ୍ରୀ ପରିଡା ମହିଳା କୃଷକ ସଂଗଠନରେ ମହିଳା ମନେ ଯୋଗଦେଇ ନିଜର ଆର୍ଥିକ ଅବସ୍ଥା ବୃଦ୍ଧି କରିବାପାଇଁ ପରାମର୍ଶ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଧାୟକଙ୍କ ତୁଳସୀପଦର ଗ୍ରାମଗସ୍ତ

Sunil Chandra Nayak

ସତଭାବନା ଲାକ୍ଷେଘର ସମାଜ ର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

Sunil Chandra Nayak

ବ୍ଳକ ସ୍ତରୀୟ ବିଜ୍ଞlନ ମେଳା

Sunil Chandra Nayak

Leave a Comment

error: Content is protected !!