ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇକିଆ ବ୍ଲକର କରଡ଼ା ରଣବା ଇନ୍ଦ୍ରଗଡ଼ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କର ସମସ୍ୟା ବୁଝିଲେ ଜିଲ୍ଲାପାଳ

 ଦୁର୍ଗମ ଅଞ୍ଚଳ ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ

ଫୁଲବାଣୀ -/  କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦିନ ରାଇକିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ କରଡ଼ା, ରଣବା, ଇନ୍ଦ୍ରଗଡ଼ ଆଦି ଦୁର୍ଗମ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିବା ସହ ଲୋକ ମାନେ ଏହି ସରକାରୀ ଯୋଜନା ର ସୁଫଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ବିଶେଷ କରି ଜିଲ୍ଲାପାଳ ଶ୍ରୀ ପାଟିଲ ଦୁର୍ଗମ ଅଞ୍ଚଳରେ ଗରିବ ଲୋକେ କିଭଳି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ଲୋକ ଙ୍କୁ ପଚାରି ବୁଝିବା ସହ ଇନ୍ଦ୍ରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଙ୍କୁ ପଚାରି ବୁଝିଥିଲେ। ସେହିପରି ଗରିବ ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଛନ୍ତି ନା ନାହିଁ ବୋଲି ଅଞ୍ଚଳ ର ଲୋକମାନଙ୍କୁ ପଚାରି ବୁଝିଥିଲେ। ସେହିପରି ଦୁର୍ଗମ ଅଞ୍ଚଳ ରେ କିଭଳି ଭାବରେ ପିଲାମାନଙ୍କୁ ପାଠ ପଢା ଯାଉଛି ଜିଲ୍ଲାପାଳ ଇନ୍ଦ୍ରଗଡ଼ ମାଁ ବପାଙ୍ଗି ହାଇସ୍କୁଲ କୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିବା ସହ ପିଲା ଙ୍କୁ ପାଠ ପଢ଼ାଇଥିଲେ। ଶେଷ ଲଗାଣ ଅତ୍ୟଧିକ ବର୍ଷା ରେ ଭାଙ୍ଗି ଯାଇଥିବା କରଡ଼ା ରଣବା ଘାଟି ରାସ୍ତା ଜିଲ୍ଲାପାଳ ଓ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ପରିଦର୍ଶନ କରିଥିଲେ । ଶିକ୍ଷାଦାନ, ସ୍ୱାସ୍ଥ୍ୟ ସୁବିଧା, ରାସ୍ତା କାମ କିପରି ହେଉଛି, ଅଙ୍ଗନବାଡି କେନ୍ଦ୍ର ରେ ଛାତ୍ରଛାତ୍ରୀ ଓ ପ୍ରସୂତି ମାଆ ମାନଙ୍କୁ କିଭଳି ଭାବରେ ଚିକିତ୍ସା କରାଯାଉଛି ଓ ଖାଦ୍ୟ ଦିଆଯାଉଛି, ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ମାନେ ଠିକ ପାଉଛନ୍ତି କି ନାହିଁ ଓ ସ୍ୱଚ୍ଛ ପାନୀୟ ଜଳ ସମ୍ପର୍କରେ ତଦାରଖ କରିବା ସହ ଅଞ୍ଚଳବାସୀ ଙ୍କୁ ପଚାରି ବୁଝି ଥିଲେ।ଲୋକେ ନୂତନ ଜିଲ୍ଲାପାଳ ଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ। ଜିଲ୍ଲାପାଳ ହେବତ ଏମିତି ବୋଲି ଲୋକ ମାନେ କହୁଥିବା ଶୁଣିବାକୁ ମିଳିଥିଲା। ଜିଲ୍ଲାପାଳ ପାଟିଲ ଙ୍କ ସହ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଓ ଆସିଷ୍ଟାଣ୍ଟ ଇଞ୍ଜିନିୟର, କନିଷ୍ଠ ଯନ୍ତ୍ରୀ , ସେହି ଅଞ୍ଚଳ ସରପଞ୍ଚ ମାନେ ଜିଲ୍ଲାପାଳ ଓ ବିଡ଼ିଓ ଙ୍କର ତଦାରଖ କାର୍ଯ୍ୟ ବେଳେ ଉପସ୍ଥିତ ଥିଲେ। ବିଡ଼ିଓ ଶ୍ରୀପାତ୍ର କ.ନୂଆଗାଁ ବ୍ଲକ ଓ ରାଇକିଆ ବ୍ଲକ ଦୁଇଟି ବ୍ଲକର ଦାୟିତ୍ୱ ଗ୍ରହଣ କରି କର୍ତ୍ତବ୍ୟ ନିଷ୍ଠା ଭାବେ ଆନ୍ତରିକତା ସହ କାର୍ଯ୍ୟ କରିଚାଲିଛନ୍ତି। ବିଡ଼ିଓ ଶ୍ରୀ ପାତ୍ର ଦାୟିତ୍ୱ ଗ୍ରହଣ କରିବାର କମଦିନ ମଧ୍ୟରେ ନିଜର ଆନ୍ତରିକତା ନିଷ୍ଠାପର ଉଦ୍ୟମ, ଦାୟିତ୍ୱ ବୋଧ ,କାର୍ଯ୍ୟଦକ୍ଷତା, ଯୋଗୁଁ ବେଶ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ପ୍ରଶଂସା ସାଉଁଟି ପାରିଛନ୍ତି।ଜିଲ୍ଲାପାଳ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କର ସମସ୍ୟା ବୁଝୁ ଥିବାରୁ ରାଇକିଆ ଅଞ୍ଚଳବାସୀ ଜିଲ୍ଲାପାଳ ଶ୍ରୀ ପାଟିଲ ଓ ବିଡ଼ିଓ ଶ୍ରୀ ପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା – କର୍ମ, ଜ୍ଞାନ, ଭକ୍ତି

Sunil Chandra Nayak

ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ : ଜିଲ୍ଲା କୋର୍ଟ ପରିଦର୍ଶନ : ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଓ ଗାଇଡ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!