ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ସ୍ବାଧୀନ ବିଧାୟକ କପିଲ ନାରାୟଣ ତିୱାରୀ ଙ୍କ ଆଜି ୯୩ ବର୍ଷରେ ପରଲୋକ

ନୂଆପଡା -:, ନୂଆପଡା ଜିଲ୍ଲା ଖଡ଼ିଆଳ ଅଂଚଳରେ ଜନ୍ମ ଗ୍ରହଣ କରି ଜୀବନରେ ଗରିବ, ପଛୁଆ, ନିଃସହାୟ ଙ୍କ ପ୍ରତି ସଦା ଲଢେଇ କରି ଆସୁ ଥିବା ସମାଜବାଦୀ ନେତା ରୂପେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କଳାହାଣ୍ଡି ର ଭୋକ ଭୁଗଲର କଥା କୁ ବିଶ୍ଵ ଦରବାର ରେ ପଞ୍ଚାଇବାର ମୁଖ୍ୟ ନାୟକ ଅଟନ୍ତି। ତାଙ୍କ ଦ୍ବାରା ଅନାହାର ମୃତ୍ୟୁ , ପିଲା ବିକ୍ରୀ , ଫଣସ ପୁଞ୍ଜି କଥା ମଧ୍ୟ ସମଗ୍ର ବିଶ୍ବରେ ଆଲୋଡନ ସୃଷ୍ଟି କରି ପାରିଥିଲା। ସେ ୧୪ ଜୁନ ୧୯୨୯ ମସିହାରେ ଜନ୍ମ ଗ୍ରହଣ କରି ଥିଲେ। ଓଡିଶା ର ସପ୍ତମ ବିଧାନସଭା କୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ପଶ୍ଚିମ ଓଡିଶାର ପ୍ରଥମ ସ୍ବାଧୀନ ବିଧାୟକ ରୂପେ ନିର୍ବାଚିତ ହେବା ସୁନାମ ଅର୍ଜନ କରିଛନ୍ତି। ୨୬ ଜୁନ ୧୯୭୭ ମସିହାରେ ବିଧାୟକ ହୋଇ ଥିବାବେଳେ ୧୭ ଫେବୃଆରୀ ୧୯୮୦ ପର୍ଯ୍ୟନ୍ତ ବିଧାୟକ କାର୍ଯ୍ୟଭାର ତୁଲାଇ ଥିଲେ। ରାଷ୍ଟ୍ରପତି ଶାସନ ଜାରି ରହିଥିଲା। କଳାହାଣ୍ଡି ଜିଲ୍ଲାରେ ପିଲାବିକ୍ରି ଘଟଣା ପରେ ଭାରତର ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ। ୧୯୬୫ ମସିହାରେ କରାଳ ମରୁଡି ଛାୟାରେ ପ୍ରଭାବିତ କଳାହାଣ୍ଡି କୁ ସଂଗ୍ରାମୀ ବାର୍ତ୍ତା ରୂପେ

 “ପାଏନ, ପୁଆଲ, ପଖାଳ ଦେ, ନାହିଁ ତୋ ଗାଦୀ ଛାଡି ଦେ”

କହି  ଗାଁ ଗାଁ ବୁଲି ଥିଲେ। ଆଜି ସକାଳ 9 ଘଣ୍ଟା ସମୟରେ ସେ ଖଡ଼ିଆଳ ଠାରେ ଇହ ଧାମ ତ୍ୟାଗକରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର ବ୍ଯବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର

Sunil Chandra Nayak

ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ପୁରୀରେ ହବିଷ୍ୟାଳୀ ମା’ମାନଙ୍କ ସୁବିଧା ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ପ୍ରଫେସର ଭୁବନେଶ୍ବର ବେହେରାଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ଵତ ସମାରୋହ

Sunil Chandra Nayak

Leave a Comment

error: Content is protected !!