ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକଙ୍କ ପ୍ରଚେଷ୍ଟାରେ ହମିରପୁରର କବରସ୍ଥାନର ଉନ୍ନତିକରଣ

ରାଉରକେଲା/ ମୁସଲିମ ସଂଖ୍ୟାଲଘୁ ଙ୍କ ପାଇଁ ଉଦ୍ଦିଷ୍ଟ ହମିରପୁର ସ୍ଥିତ ମୁସଲିମ କବରସ୍ଥାନ ର ଉନ୍ନତିକରଣ ପାଇଁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଙ୍କ ପ୍ରଚେଷ୍ଟା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଏହି କ୍ରମରେ ଆଜି ହମିରପୁର ଠାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ମୁସଲିମ କବରସ୍ଥାନ ର ପ୍ରାର୍ଥନା ଗୃହ ପାଇଁ ଶିଳାନ୍ୟାସ କରିବା ସହିତ ଓଡିଶା ର ମୁଖ୍ୟମନ୍ତ୍ରୀ ସର୍ବଦା ସଂଖ୍ୟଲଘୁ ଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି ବୋଲି କହିଥିଲେ । ଆଗାମି ଦିନରେ ମଧ୍ୟ ସଂଖ୍ୟାଲଘୁ ଙ୍କ ଉନ୍ନତି ପାଇଁ ଯଥା ସମ୍ଭବ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ନଗର ସଭାପତି ଆର୍ତ୍ତ ମହାରଣା, ସଂଖ୍ୟାଲଘୁ ଯୁବ ବିଜେଡି ନେତା ସୁଲତାନ ଖାନ, ବିଜେଡି ସଂଖ୍ୟାଲଘୁ ସଭାପତି ଏମଡି ଖାଲିଦ, ଅଫରୋଜ଼ ଅହମ୍ମଦ, ମହେମୁଦ ଅହମ୍ମଦ, ଏମଡି ସମିମ, ବିଜେଡି ୟୁନିଟ ସଭାପତି ଟିଂକୁ ଖାନ,ଚାନ୍ଦ ହୁସେନ, ନବାବ ଅଖତାର, ସଲିମ ଖାନ,ଗୌସି ବାବୁ, ପୂର୍ବତନ ପୋଲିସ ଅଧିକାରୀ ସୁମନ ଦତ୍ତ,ଚନ୍ଦ୍ର ସାହୁ, ବାବୁ ପଣ୍ଡା,ଇମ୍ରାନ ଖାନ, ଏମଡି ଆଞ୍ଜୁମ, ଗୁଡ଼ୁ,ଲତିଫ ଖାନ, ରିଜ଼ୱାନ ଅଲି, ଜ଼ିଆଉଦିନ ଖାନ, ଇରଫାନ ଖାନ,ଏମଡି ଟିଙ୍କୁ ସହ ବହୁ ସଂଖ୍ୟାଲଘୁ ବ୍ୟକ୍ତି ବିଶେଷ ସାମିଲ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ସୁବ୍ରତ ତରାଇ ଙ୍କୁ ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ‌ନୀତି,ନିୟମ ,ଅନୁଶାସନ

Sunil Chandra Nayak

ନୂଆଖାଇ ଅବସରରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ

Sunil Chandra Nayak

ବୁଢ଼ୀପଦର ରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!