ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିମ୍ନମାନର ଖାଦ୍ୟକୁ ନେଇ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା

 ଢେ଼ଙ୍କାନାଳ ୨୧/୦୯ (ମ.ନି.ସ)_ଢେଙ୍କାନାଳ ସହରର ଖମାରସାହି ଆଶ୍ରମ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍କୁଲରେ ମାଂସ ତରକାରୀ ଦିଆଯିବାର ନିୟମ ଥିଲେ ମଧ୍ୟ କର୍ତ୍ତୃପକ୍ଷ କେବଳ ଅଣ୍ଡା ତରକାରୀ ଦେଇ କାମ ସାରି ଦେଉଛନ୍ତି । ଏହାକୁ ନେଇ ଅଭିଭାବକ ଓ ପ୍ରଧାନ ଶିକ୍ଷୟିତ୍ରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଟାଉନ୍ ଥାନା ପୁଲିସ୍ ବିଦ୍ୟାଳୟରେ ପହଞ୍ଚି ବୁଝାସୁଝା କରିଥିବା ଜଣାପଡିଛି । ଢେଙ୍କାନାଳ ଆଶ୍ରମ ସ୍କୁଲ୍ ରେ ସର୍ବଦା ନିମ୍ନମାନର ଖାଦ୍ୟ ଦିଆଯିବା ସହିତ ପାଣିଆ ଡାଲିକୁ ନିମ୍ନମାନର ତରକାରୀ ଦିଆଯାଉଛି । ହଷ୍ଟେଲରେ ରୋହୁଥିବା ପିଲାଙ୍କୁ ଶିକ୍ଷକମାନେ ଭଲ ପାଉଥିବା ବେଳେ ଅନ୍ୟ ପିଲାଙ୍କୁ ମାଡ ମାରିବା, ଅବହେଳା କରୁଥିବା ଅଭିଯୋଗ କରିଥିଲେ । ଏପରିକି ଗତକାଲି ସେମାନଙ୍କ ଝିଅକୁ ମାରିଥିବା ପିଲାକୁ ଡାକିବାକୁ କହିଥିଲେ । ହେଲେ ପ୍ରଧାନ ଶିକ୍ଷୟତ୍ରୀ ତାହା ନବୁଝି ଓଲଟି ଗେଟରେ ତାଲା ପକାଇ ଦେଇ ପୁଲିସକୁ ଡାକିଥିଲେ । ସ୍କୁଲର ଅନ୍ୟକର୍ମଚାରୀମାନେ ତାଙ୍କୁ ଦୁର୍ବବହାର କରିଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି l

 ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ

Related posts

କର୍ଲାକୋଟ ହାଇସ୍କୁଲରେ କଙ୍କାଳ ଠାବ

ସରକାର ଙ୍କ ବର୍ଷାଜଳ ସଂରକ୍ଷଣ ଚିନ୍ତା

Sunil Chandra Nayak

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ରେ ମୃତ୍ୟୁ ଘଟଣା: ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

Leave a Comment

error: Content is protected !!