ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଶିବାହଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୩/୯-  ( ମ ନି ସ )  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ କାଶିବାହଲ ଚିତ୍ରରେଖା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟ ଶିକ୍ଷା ସଂଗଠନ ସୌଜନ୍ୟରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହଯୋଗୀ ଶିକ୍ଷକ ମାନଙ୍କ ସହଯୋଗରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି ପ୍ରଶାନ୍ତ କୁମାର ଶବର ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନ ଶିକ୍ଷୟିତ୍ରୀ ଡଲି ନାଏକ, ସଂସ୍ଥାର ବ୍ଲକ ମ୍ୟାନେଜର କୌଶଳ କିଶୋର, ସୁପ୍ରିୟା କୁମାରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚିତ୍ର ମାଧ୍ୟମରେ ବିଦ୍ୟାଳୟ କାନ୍ଥରେ ଅଙ୍କନ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ପାଇଁ ଆକୃଷ୍ଟ କରାଇବା ସହିତ ମଧ୍ୟାନ୍ନ ଭୋଜନ ରେ ପୋଷକ ଆହାର ର ଉପାଦେୟ ଉପରେ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ସ୍ବେଚ୍ଛାସେବୀ ସଂଗଠନ ର ସୁପ୍ରିୟା କୁମାରି କିଶୋରି ବାଳିକା ଙ୍କୁ ମାସିକ ଧର୍ମ ସ୍ୱଚ୍ଛତା ଉପରେ ମଧ୍ୟ ସଚେତନତା କରିଥିଲେ। ଛାତ୍ରଛାତ୍ରୀ ଙ୍କ ପାଇଁ ଏହି କାର୍ଯ୍ୟକ୍ରମ ନୂତନ ହୋଇଥିବାରୁ ସେମାନେ ମଧ୍ୟ ଉତ୍ସାହର ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Related posts

ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ହାତ ଧୁଆ ଦିବସ

Sunil Chandra Nayak

ଲଡୁଗାଁ ଠାରେ ମାଉସୀ ମା ମନ୍ଦିର ପାଇଁ ଭୂମିପୂଜନ

ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ବାସନ୍ତି ସେଠୀଙ୍କ ଯୋଗଦାନ, ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!