ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

 ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲା ରେ ଆଜି ସ୍ଥାନୀୟ ସୌରା ସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆମ ଆଦମୀ ପାର୍ଟି ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଆମ ଆଦମୀ ପାର୍ଟି ର ଅନେକ କାର୍ଯ୍ୟ କର୍ତା ସ୍ୱତଃ ପ୍ରବ୍ରୁତ ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।ପ୍ରଥମେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଙ୍କୁ ସର୍କିଟ ହାଉସ ଠାରୁ ସୌରା ସାହି ସ୍ଥିତ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ କର୍ମୀମାନେ ପାଛୋଟି ନେଇ ଥିଲେ ଏବଂ ସୌରା ସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆମ ଆଦମୀ ପାର୍ଟି ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣ ରୁ ଶହ ଶହ କର୍ମୀ ମାନେ ଆସି ଅଂଶ ଗ୍ରହଣ କରିଥିଲେ।ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଉନ୍ନତ ଶିକ୍ଷା,ଉନ୍ନତ ସ୍ୱାସ୍ଥ୍ୟ, ମାଗଣା ବିଜୁଳି,(୨୦୦ ୟୁନିଟ ପର୍ଯ୍ୟନ୍ତ), ଓଡିଶା ରେ ନିଜସ୍ୱ ବିଜୁଳି ଉତ୍ପାଦନ ଥିବା ସତ୍ୱେ ଅନ୍ୟ ରାଜ୍ୟ କୁ ବିକ୍ରୟ କରି ନିଜ ରାଜ୍ୟରେ ବାରମ୍ବାର ବିଜୁଳି କାଟ ଉପରେ ଗୁରୁତ୍ୱ ଆରୋପ କରି ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ଅଛନ୍ତି। ଏହାର ପ୍ରତିକାର କରିବା ସହିତ ବେକାରୀ ନିଯୁକ୍ତି କରିବା ସକାଶେ ଆମ ଆଦମୀ ପାର୍ଟି ହିଁ ଏକ ମାତ୍ର ବିକଳ୍ପ, ତେଣୁ ସମସ୍ତେ ବହୁ ମାତ୍ରାରେ ଆମ ଆଦମୀ ଦଳ ରେ ଯୋଗ ଦେବା ନିମନ୍ତେ ଆହ୍ୱାନ କରିଛନ୍ତି। ଆପଣ ମାନଙ୍କ ସାହାଯ୍ୟ ସହାୟତା ଦ୍ୱାରା ଆଗାମୀ ନିର୍ବାଚନ ରେ ଆମ ଆଦମୀ ପାର୍ଟି ନିଜେ ସରକାର ଗଠନ କରିବେ ବୋଲି ସେ କହିଛନ୍ତି। ଏହି ସଭାରେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି l ଏହି ସଭାରେ ଅନ୍ୟ ମାନଙ୍କ ସହ ଶ୍ରୀ କୁର୍ତ୍ତିବାସ ମୁଣ୍ଡ,ସୁଶାନ୍ତ କୁମାର, ଟୁକୁନା ଖରା, ମୋତିଲାଲ ହଂସ, ଲାଇବlନ ଟାକରି, ସୁଦର୍ଶନ ପେଣ୍ଠିଆ ମଞ୍ଚାସିନ ରହି ଆମ ଆଦମୀ ପାର୍ଟି କୁ କିପରି ଆଗାମୀ ଦିନ ମାନଙ୍କରେ ସୁଦ୍ରୁଢ କରି ପାରିବେ ଏ ବିଷୟରେ ଆଲୋଚନା କରିଥିଲେ। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଚାଷୀଙ୍କ ପାଇଁ ଲଢେଇ କରିବ”ଢେଙ୍କାନାଳ କୃଷକ ଅଧିକାର ସମିତି

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ମରୂଦ୍ୟାନର କବିତା 

Sunil Chandra Nayak

ସାନମହେଶ୍ୱର ପଂଚାୟତ ରେ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!