ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ଙ୍କୁ ଡାବୁଗାଁ ବିଜେଡି ତରଫରୁ ସ୍ଵାଗତ

ଡାବୁଗାଁ, ୨୪/୯ ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ଭାବେ ଚୟନ ହେବା ନେଇ ଡାବୁଗାଁ ବିଜେଡି କର୍ମୀ ମାନଙ୍କ ଦ୍ଵାରା ଶନିବାର ସନ୍ଧ୍ୟା ସମୟରେ ଡାବୁଗାଁ ମୁଖ୍ୟ ରାସ୍ତା ଉପରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା | ବିଧାୟକ ହେବା ପରେ ସେ ଅନେକ ସମୟରେ ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ ରହି ଆସୁଥିଲେ | ଲୋକଙ୍କ ପାଖରେ ସୁବିଧା ଅସୁବିଧା ସମୟରେ ସେ ପହଞ୍ଚି ଯାଉଥିଲେ | ବର୍ତମାନ ଯୋଜନା ବୋର୍ଡ ଅଧକ୍ଷ ହେବାପରେ ସେ ନିଜ ଅଞ୍ଚଳ ତଥା ନିଜ ଜିଲା ର କିପରି ଭାବେ ଉନ୍ନତି କରିବେ ତାହା ଦେଖିବା ବାକି ରହିଲା | ଏହି ସ୍ଵାଗତ ସମ୍ବର୍ଦ୍ଧନା ସମୟରେ ଜିଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝି, ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଜୋନ-୨ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଟି. ଜୁଗୁନୁ ଓ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ |

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

 

Related posts

ଏବିଭିପି କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଅଶୋକ କୁମାର ନାୟକ , କେନ୍ଦୁଢ଼ିପି, ନୟାଗଡ଼ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଦେଶ୍ କି ବାତ୍ ଫାଉଣ୍ଡେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!