ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ଙ୍କୁ ଡାବୁଗାଁ ବିଜେଡି ତରଫରୁ ସ୍ଵାଗତ

ଡାବୁଗାଁ, ୨୪/୯ ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ଭାବେ ଚୟନ ହେବା ନେଇ ଡାବୁଗାଁ ବିଜେଡି କର୍ମୀ ମାନଙ୍କ ଦ୍ଵାରା ଶନିବାର ସନ୍ଧ୍ୟା ସମୟରେ ଡାବୁଗାଁ ମୁଖ୍ୟ ରାସ୍ତା ଉପରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା | ବିଧାୟକ ହେବା ପରେ ସେ ଅନେକ ସମୟରେ ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ ରହି ଆସୁଥିଲେ | ଲୋକଙ୍କ ପାଖରେ ସୁବିଧା ଅସୁବିଧା ସମୟରେ ସେ ପହଞ୍ଚି ଯାଉଥିଲେ | ବର୍ତମାନ ଯୋଜନା ବୋର୍ଡ ଅଧକ୍ଷ ହେବାପରେ ସେ ନିଜ ଅଞ୍ଚଳ ତଥା ନିଜ ଜିଲା ର କିପରି ଭାବେ ଉନ୍ନତି କରିବେ ତାହା ଦେଖିବା ବାକି ରହିଲା | ଏହି ସ୍ଵାଗତ ସମ୍ବର୍ଦ୍ଧନା ସମୟରେ ଜିଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝି, ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲାପରିଷଦ ସଭ୍ୟ ଜୋନ-୨ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଟି. ଜୁଗୁନୁ ଓ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ |

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

 

Related posts

ମମତା ଶତପଥୀ ଙ୍କ ଗଳ୍ପ ନିଷିଦ୍ଧ ଇଲାକା 

Sunil Chandra Nayak

ସରକାର ରାସ୍ତା ନିର୍ମାଣ କରୁଛିନ୍ତି ଠିକା ସଂସ୍ଥା ରାସ୍ତା ତିଆରି କରି ନର୍କ କୁଣ୍ଡ କରୁଛି _ ମରାମତି ହେଉନି ଦୂର୍ଦ୍ଦଶା ବଢୁଛି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!