ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡିତ ଦିନଦୟାଲଙ୍କ ଜୟନ୍ତୀ ପାଳିତ

ଚନ୍ଦାହାଣ୍ଡି (ମ ନିସ) ଚନ୍ଦାହାଣ୍ଡି ବ୍ଲକ ବିଜେପି କାର୍ଯ୍ୟାଳୟ ଠାରେ ପ୍ରଖର ରାଷ୍ଟ୍ରଭକ୍ତ ,ଏକାତ୍ମମାନବବାଦର ରଚୟିତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ।ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ବାଘଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ ଯୋଗ ଦେଇ ପଣ୍ଡିତ ଦିନଦୟାଲଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା କୁ ଉପସ୍ଥିତ କର୍ମୀ ଙ୍କୁ ପରାମର୍ଶ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ୟାମସୁନ୍ଦର ମାଝୀ, ଶେଷମଲ ଗୌଡ଼, ପଦ୍ମନ ପୋଡ଼, ଗଗନେଶ୍ବର ମାଝୀ, ପୌରସ ମାଝୀ, ମୁକୁନ୍ଦ ବାଘ, କୁଞ୍ଜ ବାଘ, ହେମନ୍ତ ସୁନା, ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସମସ୍ତ ବିଜେପି କର୍ମୀ ମୋଦୀଜୀ ଙ୍କ ୯୩ ତମ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲାରେ ବିଶ୍ଵ ନିଶା ସେବନ ନିରୋଧ ଦିବସ ପାଳିତ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ନୂଆଁଖାଇର୍ ସାଜୋ ପିଂଧା

Sunil Chandra Nayak

ମହମ୍ମଦ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!