ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ପ୍ରବନ୍ଧ ଜଗନ୍ମାତାଙ୍କ ଦ୍ବିତୀୟ ସ୍ବରୂପ ମା ବ୍ରହ୍ମଚାରିଣୀ

ଜଗନ୍ମାତାଙ୍କ ଦ୍ବିତୀୟ ସ୍ବରୂପ

         ମା ବ୍ରହ୍ମଚାରିଣୀ

ଦଧାନା କରପଦ୍ମାଭ୍ୟାଂ

                ଅକ୍ଷମାଳା କମଣ୍ଡଳୁ

ଦେବୀ ପ୍ରସୀଦତୁ ମୟି

                 ବ୍ରହ୍ମଚାରିଣ୍ୟନୁତ୍ତମା।

ଆଦିଶକ୍ତି ସ୍ବୟଂ ଏ ସୃଷ୍ଟିର ଚରମ ଓ ପରମ ତତ୍ତ୍ଵ।ତାଙ୍କଠାରୁ ଭିନ୍ନ ଅନ୍ୟ ତତ୍ତ୍ବ କିଛି ନାହିଁ।ତାଙ୍କୁ ବର୍ଣ୍ଣନା କରିବା ଅତ୍ୟନ୍ତ ଦୁରୂହ କାର୍ଯ୍ୟ।ତାଙ୍କର ଅକଳନ ରୂପ।ନବରାତ୍ରିର ଦ୍ବିତୀୟ ଦିନ ରେ ପୂଜିତ ହୁଅନ୍ତି ମା ବ୍ରହ୍ମଚାରିଣୀ।ଚେତନାର ଦ୍ବିତୀୟ ଆୟାମରେ ସାଧକର ମନ ସ୍ବାଧିଷ୍ଠାନ ଚକ୍ରରେ ସ୍ଥିତ ଥାଏ।ଏହି ଆୟାମର ଦେବୀ ହେଉଛନ୍ତି ମା ବ୍ରହ୍ମଚାରିଣୀ।ବ୍ରହ୍ମ ଅର୍ଥାତ୍ ପରମତତ୍ତ୍ବ ଚାରିଣୀ ଅର୍ଥାତ୍ ଯେ ଆଚରଣ କରେ।ବ୍ରହ୍ମଚାରିଣୀ ପରମତତ୍ତ୍ବରେ ଲୀନ ରହନ୍ତି ତପଶ୍ଚର୍ଯ୍ୟା ଆଚରଣ କରନ୍ତି।ଏହି ଆୟାମରେ ସ୍ଥିତ ମନ ତପରେ ମଗ୍ନ ରହେ ଓ ପରମାତ୍ମାଙ୍କ କୃପା ପ୍ରାପ୍ତ କରିଥାଏ।

      ଭଗବାନ ଶିବଙ୍କୁ ପତିରୂପେ ପ୍ରାପ୍ତ କରିବାପାଇଁ ଦେବୀ ସହସ୍ରବର୍ଷ ପର୍ଯ୍ୟନ୍ତ କେବଳ ଫଳାହାର,ତାପରେ ତିନି ହଜାର ବର୍ଷ ପର୍ଯ୍ୟନ୍ତ ବୃକ୍ଷଝଡା ବେଲ ପତ୍ର ଖାଇ ଘୋର ତପ କଲେ ଏବଂ କେତେ ହଜାର ବର୍ଷ ପର୍ଯ୍ୟନ୍ତ ଆହାର ତ୍ୟାଗକରି ତପଃ ଆଚରଣ କରିଥିଲେ।ତାଙ୍କ ଅଦ୍ଭୂତ ଓ ଅଲୌକିକ ତପସ୍ୟାରେ ଋଷିଗଣ,ଦେବଗଣ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଏବଂ ଦେବୀ ଚନ୍ଦ୍ରମୌଳି ଆଶୁତୋଷଙ୍କୁ ପତିରୂପେ ପ୍ରାପ୍ତ ହେଲେ।ମାତାଙ୍କ ରୂପ ଜ୍ୟୋତିର୍ମୟ, ଦିବ୍ୟ ତଥା ଭକ୍ତର ସର୍ବାଭିଷ୍ଟ ପୂର୍ଣ୍ଣକାରିଣୀ।ଦକ୍ଷିଣ ହସ୍ତରେ ଅକ୍ଷମାଳା,ବାମହସ୍ତରେ କମଣ୍ଡଳୁ ଧାରଣ କରି ଶ୍ବେତବସ୍ତ୍ର ପରିଧାନା ମାତା ସାଧକର ମଳିନତା,ଦୋଷଦୁର୍ଗୁଣ ନାଶକରି ବିଜୟ ଓ ସିଦ୍ଧିପ୍ରଦାନ କରନ୍ତି। ମାତା ତପ,ତ୍ୟାଗ,ବୈରାଗ୍ୟ, ସଦାଚାର, ସଂଯମର ବୃଦ୍ଧିକରାଇ ଥାଆନ୍ତି ।ପରିଣାମ ସ୍ବରୂପ ଭକ୍ତ ବିକଟରୁ ବିକଟତର ପରିସ୍ଥିତିରେ ମଧ୍ୟ ମନ ବିଚଳିତ ହୁଏନାହିଁ।ସବୁ ଆକାଂକ୍ଷା ପୂର୍ଣ୍ଣ ହୋଇଯାଏ।

                             ରାଧେକୃଷ୍ଣ

                 ସତ୍ୟ ନାରାୟଣ ମହାପାତ୍ର 

Related posts

ଆଇନ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ଉଦିୟମାନ ଯୁବନେତା ମଣ୍ଟୁ ନାଏକ ହେଲେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ବରିଷ୍ଠ ଉପ ସଭାପତି

Sunil Chandra Nayak

Leave a Comment

error: Content is protected !!