ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନ ସଚେତନତା ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ଠାରେ ଜାତୀୟ ମହିଳା ଅଧିକାର ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଚନ୍ଦାହାଣ୍ଡି ଜେଏମଏଫସି ତଥା ତାଲୁକ ଲିଗାଲ ସର୍ଭିସ କମିଟି ର ଅଧ୍ୟକ୍ଷ ହିମାଂଶୁ ଶେଖର ଆଚାର୍ଯ୍ୟ ପୌରହିତ୍ୟ କରି କିଭଳି ଭାବେ ମହିଳା ମାନେ ଆଇନଗତ ସଶକ୍ତିକରଣ  ହେବା ସହ ତ୍ବରିତ ନ୍ୟାୟ ପାଇ ପାରିବେ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସୈରେନ୍ଦ୍ରୀ ମହାନନ୍ଦ, ଡାକ୍ତର ଦୁର୍ଗା ପ୍ରସାଦ ସାହୁ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ତରଫରୁ ମହିଳା ଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ କୁ ଯୁବ ଆଇନଜୀବୀ କ୍ଷେମରାଜ ବାଘ ପରିଚାଳନା କରିଥିବା ବେଳେ ଆଇନଜୀବୀ ଜୟଦେବ ଖମାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓକିଲ ସରୋଜ ଅଗସ୍ତି, ମହମ୍ମଦ ହୁସେନ, ହୁମେଶ୍ୱର ହଂସ , ଭୀଷ୍ମ ସୁନା, ହିରାଧର ମାଳି, କୋର୍ଟ କର୍ମଚାରୀ ସର୍ବେଶ୍ୱର ପୁଜାରୀ, ଆଶିଷ ସାହୁ, ସୀମାଞ୍ଚଳ ଗଣ୍ଡା, ବଂଶୀ ନାୟକ, କ୍ଷୀରୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସଭା ଶେଷରେ ମହମ୍ମଦ ହୁସେନ ଧନ୍ୟବାଦ ଅର୍ପଣ କରିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପ୍ରବନ୍ଧ ସାହିତ୍ୟ ଜଗତରେ ବୌଦ୍ଧିକ ଚେତନାର ମୂଳମନ୍ତ୍ର

Sunil Chandra Nayak

ଜନ ରଞ୍ଜନ ପ୍ରଧାନ ଙ୍କ କବିତା – ଜୀବନ

Sunil Chandra Nayak

ତାରା ଶଙ୍କର ରାୟଗୁରୁ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ମନୋନୀତ

Sunil Chandra Nayak

Leave a Comment

error: Content is protected !!