ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର ପ୍ରାପ୍ତ କର୍ମଚାରୀଙ୍କ ନୂତନ କର୍ମକର୍ତ୍ତା ଗଠିତ

ଚନ୍ଦାହାଣ୍ଡି-28/9(ମ ନି ସ)  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସନ୍ତୋଷ ଜଗତଙ୍କ ସଭାପତିତ୍ୱରେ ସମସ୍ତ ବିଭାଗର ଅବସର ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା l ସଭାରେ ମହାପ୍ରଭୁଙ୍କ ପୂଜାର୍ଚନା ପରେ ସ୍ବର୍ଗୀୟ କର୍ମଚାରୀ ମାନଙ୍କ ପାଇଁ ସଦଗତି ନିମନ୍ତେ ପ୍ରଥମେ ନିରବ ପ୍ରାର୍ଥନା ସହ ସଭା ପ୍ରାରମ୍ଭ କରାଯାଇଥିଲା l ଆଜିର ବୈଠକରେ ସର୍ବ ପ୍ରଥମେ ସମସ୍ତ ବିଭାଗର ଅବସର ପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଅସୁବିଧା ଏବଂ ତାର ଦୂରୀକରଣ ପାଇଁ ପଦକ୍ଷେପ ସହ ସମସ୍ତଙ୍କ ପାସ ବହିକୁ ନୂତନ ଷ୍ଟେଟ ବ୍ୟାଙ୍କ ଚନ୍ଦାହାଣ୍ଡି ଶାଖାକୁ ସ୍ଥାନାନ୍ତର କରିବା,ପୁରୁଣା କମିଟି ସଦସ୍ୟଙ୍କ ବୟସାଧିକ ବାର୍ଦ୍ଧକ୍ୟ ଯୋଗୁଁ ସାମୁହିକ ଇସ୍ତଫା ଫଳରେ ନୂତନ କମିଟି ଚୟନ ନିମିତ୍ତ ନିଷ୍ପତ୍ତି ହୋଇଥିଲା l ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପୁରୁଷୋତ୍ତମ ପlରି, ଉପ ସଭାପତି ଭାବେ ଦୁତିବାହlନ ଖମାରି, ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମଣ ସାହୁ, ସହ ସମ୍ପାଦକ ମାଧବ ଦାଶ ଏବଂ କୋଷାଧକ୍ଷ ଭାବେ ଚୈତୁରାମ ଦଣ୍ଡସେନା ମନୋନୀତ ହୋଇଥିବା ବେଳେ ସଙ୍ଘର ଉପଦେଷ୍ଟା କମିଟିରେ ସନ୍ତୋଷ ଜଗତ, ଧନୁ ନାୟକ, ବଦନ ରାମ ପାଣ୍ଡେ, ମୀନକେତନ ସାହୁ, କୈଳାଶ ମହାପାତ୍ର ଓ କ୍ଷମାନିଧି ବେଶ୍ରାଙ୍କୁ ମନୋନୀତ କରାଯାଇଥିଲା  ଏବଂ କାର୍ଯ୍ୟକାରି କମିଟି ସଦସ୍ୟ ଭାବେ ମହିଳା କର୍ମଚାରୀ ଜୋସ୍ନାରାଣୀ ସୁନାନୀ, ଦେବିସିଂ ଗୌଡ଼, ଭିକାରି ଚରଣ ନାୟକ, ପବିତ୍ର ମୋହନ ସାହୁ, ଲାଲ ମୋହନ ଧୂରୁଆ, ରାଜେନ୍ଦ୍ର ଖମାରି, କଳିଙ୍ଗ ସିଂ ପଟେଲ, ମସ୍ତୁରମ ବଗର୍ତି, ଅକ୍ଷୟ ଗୋପାଳ,ସୁରବନ ଗଣ୍ଡ, ସୋମନାଥ ଗୋଲାରୀ, କନହେଇ ଦଣ୍ଡସେନା, ବିଶ୍ୱମ୍ବର ମାଝୀ ମନୋନୀତ ହୋଇଥିବା ବେଳେ କମିଟି ନିରୀକ୍ଷକ ଭାବେ ମଧୁକର ଦାଶ, ସରଜୁ ମୁଣ୍ଡ, ଓ ନରେଶ୍ବର ବେଶ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟ୍ୟରେ ତାମ୍ରଧ୍ଵଜ ବାଘ, କମଳ ଲୋଚନ ସାହୁ, ଦୁର୍ଯ୍ୟୋଧନ ନାଗ,ପ୍ରମାନନ୍ଦ ସୁନାନୀ, ଜନ୍ମେଜୟ ବେଶ୍ରା, ସୁବାଷ ଚନ୍ଦ୍ର ମାଝୀ, ମୋହନ ସାହୁ, ଚନ୍ଦ୍ରଭାନୁ ବେଶ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଶ୍ରୀମତୀ ସ୍ନେହ ମିଶ୍ର ଙ୍କ କବିତା ଶଂଖା ସିନ୍ଦୁର

Sunil Chandra Nayak

ବିଜେଡି କର୍ମୀଙ୍କ ନୂଆଖାଇ ଭେଟ ଘାଟ: ବିଧାୟକ ଙ୍କ ବିରୋଧ ରେ ଗର୍ଜିଲେ କର୍ମୀ 

Sunil Chandra Nayak

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

Sunil Chandra Nayak

Leave a Comment

error: Content is protected !!