ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

ନବରଙ୍ଗପୁର୨୮/୯(ମନିସ) ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଥିବା ମସଜିଦ୍ ଆଜି ମୁସଲମାନ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ ଉତ୍ସର୍ଗୀକୃତ ହୋଇଯାଇଛି। ମସଜିଦ୍ ର ଉଦ୍ ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥୀ ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ନବରଙ୍ଗପୁର ଏକ ଭାଇ ଚାରା ସହର,ଏଠାରେ ପୂର୍ବରୁ ସମସ୍ତେ ଏକ ହୋଇ ରହିଛୁ। ଏଣୁ ଏହାର ବିକାଶ ପାଇଁ ସେ ଆଗକୁ ପଦକ୍ଷେପ ନେବେ ବୋଲି କହିଛନ୍ତି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡ଼ାବୁଗାଁ  ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୌରାଧ୍ୟକ୍ଷ କୁନୁ ନାୟକ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ଡ଼ାବୁଗାଁ ବିଧାୟକ ଭୂଜବଳ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଜିଲ୍ଲାପାଳ ଡ କୋମଳ ଲୋଚନ ମିଶ୍ର, ନିଜ ବକ୍ତବ୍ୟରେ ମସଜିଦ୍ ରେ ଆସି ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ମସଜିଦ ର ବିକାଶ ପାଇଁ ପ୍ରଶଂସା କରିଥିଲେ। ବିକାଶ ପାଇଁ ସମସ୍ତେ ଏକ ହୋଇ କାର୍ଯ୍ୟ କଲେ ଅସାଧ୍ୟ ବି ସାଧ୍ୟ ହେବ ବୋଲି କହିଥିଲେ। ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ତହସିଲଦାର ନବରଙ୍ଗପୁର ଓ ନବରଙ୍ଗପୁର ସହରର ପ୍ରଧାନ ମଣ୍ଡଳୀ ର ପରିଚାଳକ ରେଭ୍ ଯୁଝେଶ୍ୱର୍ ନାୟକ, ମନ୍ଦିର କମିଟିର ଝାଡେଶ୍ୱର ଖାଡଙ୍ଗା,ସମାଜ ସେବୀ ଡକ୍ଟର ଧନୁର୍ଜୟ ପଟ୍ଟନାୟକ, ଉପସ୍ଥିତ ଥିଲେ ।, ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଜୀବି ନରସିଂହ ତ୍ରିପାଠୀ, ଅର୍ଜୁନ ତ୍ରିପାଠୀ, ବିଜେଡ଼ି ଜିଲ୍ଲା ନାରୀ ନେତ୍ରୀ ମଞ୍ଜୁଳା ମାଝୀ, ଚାଷୀନେତା ବୃନ୍ଦାବନ ତ୍ରିପାଠୀ, ହାସନ୍ ଖାଁ ସମେତ ବହୁ ମାନ୍ୟଗଣ ଭଦ୍ରବ୍ୟକ୍ତି ଉପସ୍ଥିତି ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ‌ନୀତି,ନିୟମ ,ଅନୁଶାସନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ

Sunil Chandra Nayak

ମଝିଆ ଗୁଡି ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ଛପନ ଭୋଗ ଲାଗି

Leave a Comment

error: Content is protected !!