ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ ଓ ଗଞ୍ଜେଇ ଜବତ

ପାପଡାହାଣ୍ଡି,29/9, ମ ନି ସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଓ ଅବକାରି ପୋଲିସର ମିଳିତ ଚଢ଼ାଉକ୍ରମେ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ 2 କେଜି ଗଞ୍ଜେଇ ସହ 105 ଲି ମଦ ଏବଂ 1000ଲି ପୋଚ ନଷ୍ଟ କରାଯାଇଛି | ଜିଲ୍ଲା ଅବକାରି ଅଧକ୍ଷ ସୁଶାନ୍ତ କୁମାର ଧଳସାମନ୍ତଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଅବକାରି ଆଇଆଇସି ସୁଧିର ସାହୁ, ପାପଡାହାଣ୍ଡି ପୋଲିସ ଆଇଆଇସି ରାମେଶ୍ୱର ପ୍ରଧାନ, ଅବକାରି ଓଆଇସି ଅମୀୟ ଖଞ୍ଜ ପ୍ରମୁଖ ଙ୍କ ଦ୍ୱାରା ଚଢ଼ାଉ କରାଯାଇଥିଲା | ଦଳେଇଗୁଡା ଛକ ନିକଟରେ ଶଙ୍କର ଭତରା, ପର୍ଶୁ ବିନ୍ଧାଣି ଠାରୁ 2 କେଜି ଗଞ୍ଜେଇ ଜବତ କରାଯାଇଥିଲା | ସେହିପରି ତୁମ୍ବର୍ଲା ଗ୍ରାମର ମଦନ ବିଶୋଇ, ପାପଡାହାଣ୍ଡି କରୁଣା ନାୟକ ଓ ଧନସୁଲି ଗ୍ରାମର ଦୈତାରୀ ବିଶୋଇ, ପୁର୍ଣ ଚନ୍ଦ୍ର ବିଶୋଇ ଠାରୁ ମଦ ଜବତ କରାଯାଇଛି | 1000ଲି ପୋଚ ନଷ୍ଟ କରାଯାଇଛି | ଏହି ସମୟରେ ଅବକାରି ଏଏସଆଇ ରାଜେନ୍ଦ୍ର ପଟନାୟକ, ବାଲକୃଷ୍ଣ ନାୟକ, ଗୋତୁଲ ନାୟକ, ସୋନୁ ସେଠିଆ, ରଂଜିତ ସିଂ, ରୀନା ବଡ଼ନାୟକ ପ୍ରମୁଖ ସହ ସ୍ଥାନୀୟ ପୋଲିସ ସାମିଲ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀ ରେ ବ୍ୟବସ୍ଥା…ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା

ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର

Sunil Chandra Nayak

Leave a Comment

error: Content is protected !!