ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶା ର ଦ୍ବିଦିବସୀୟ କାର୍ଯ୍ୟକ୍ରମ

ରାଉରକେଲା/ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତିନ୍ୟାସର ଆମେ ଓଡିଆ ଆମ ଓଡିଶା ତରଫରୁ ଦୁଇ ଦିନିଆ ସାହିତ୍ୟ ଆଲୋଚନା ସଭା ଇସ୍ପାତ ନଗରୀର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ମହିଳା କମିଶନର ପ୍ରାଧ୍ୟାପିକା ଲୋପମୁଦ୍ରା ମହାନ୍ତିଙ୍କ ଆବାହକତ୍ବରେ ଆୟୋଜିତ ବିଭିନ୍ନ ସାହିତ୍ୟ ସଂଗଠନ ଗୁଡିକରେ କାନଡା ର ଟରେଣ୍ଟୋ ରୁ ଆସିଥିବା ବିଶିଷ୍ଚ ସାହିତ୍ୟିକ ତଥା ପ୍ରକାଶକ ପ୍ରଶାନ୍ତ ଭୂୟାଁ ମୁଖ୍ୟ ଅତିଥି,ଭୁବନେଶ୍ଵର ର ବିଶିଷ୍ଚ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ରାଉରକେଲା ଜଗଦା ଠାରେ ଥିବା ନୀଳଶୈଳ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଡଃ ସୁରେନ୍ଦ୍ର ଶର୍ମା ଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ର ‘ ଶତବଧାନୀ ସୁରେନ୍ଦ୍ର ‘ରେ ଅତିଥିମାନେ ଯୋଗଦେଇ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତି ଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ ସହ ତାଙ୍କ ସୃଷ୍ଟି ସମ୍ଭାର ଉପରେ ଆଲୋଚନା କରିଥିଲେ । ପରେ କୋଏଲ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଅତିଥି ଦ୍ବୟ ‘ ଶ୍ରୀ ଜଗନ୍ନାଥ ତତ୍ବ’ସଂପର୍କରେ ଆଲୋଚନା କରିଥିଲେ । ଆବାହକ ଶ୍ରୀମତୀ ମହାନ୍ତି ଙ୍କ ସଭାପତିତ୍ବ ଓ ବ୍ରଜେନ୍ଦ୍ର ଦାଶଙ୍କ ସଂଯୋଜନାରେ ରଶ୍ମି ସାହୁ ଭାଗବତର ଗୋଟିଏ ଅଧ୍ୟାୟ ପାଠ କରିଥିବା ବେଳେ ମୁଖ୍ୟବକ୍ତା ଶ୍ରୀମତୀ ପଟ୍ଟନାୟକ ଜଗନ୍ନାଥଙ୍କ ଆଖି ଓ ଶ୍ରୀ ଭୂୟାଁ ଆଲୋଚ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ପରେ ଅପରାହ୍ନରେ ସ୍ବସ୍ତି ର ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଙ୍ଗୁରବାଳା ପରିଡା ଙ୍କ ସଂଯୋଜନାରେ ଉଭୟ ଅତିଥିଙ୍କ ସହ କବି ରାଜୀବ ପାଣି ‘ ରାଉରକେଲା ସହର ସାହିତ୍ୟର ପାଣିପାଗ’ ସଂପର୍କରେ ଆଲୋଚନା କରାଯାଇଥିଲା। ଡା ସୁଶାନ୍ତ ପାଣି ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିବା ବେଳେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ୧୧ଜଣ କବି କବିତା ପାଠ କରିଥିଲେ । ସେହିପରି ବାସନ୍ତୀ ପାଠାଗାର ଠାରେ ରିମ୍ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକଙ୍କ ସଭାପତିତ୍ବ ଓ ନିରୁପମା ପତିଙ୍କ ସଂଯୋଜନାରେ ଉଭୟ ଅତିଥି ଙ୍କ ବ୍ୟତୀତ ଡଃ ପ୍ରଭାତ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ ସାହିତ୍ୟ ତ୍ରିଭୂଜ’ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଲେଖକ ପ୍ରକାଶକ ଓ ପାଠକଙ୍କ ସଂପର୍କରେ ଆଲୋଚନା କରାଯାଇଥିଲା ।ମୁଖ୍ୟ ଅତିଥି ଶ୍ରୀ ଭୂୟାଁ ବୈଦେହିଶ ବିଳାସ ଓ ସିଦ୍ଧାନ୍ତ ଦର୍ପଣ କୁ ଓଡିଆ ସାହିତ୍ୟର ସଂପଦ ଋପେ ଅବହିତ କରିଥିବା ବେଳେ ଶ୍ରୀମତୀ ପଟ୍ଟନାୟକ ସାହିତ୍ୟର ଉପଯୋଗ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଇଂ ପ୍ରତାପ ରାୟ ଭଜନ ପରିବେଷଣ କରିଥିବା ବେଳେ ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସମୀକ୍ଷା ପାତ୍ର, ପାଠାଗାର ର ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବହୁ ସାହିତ୍ୟ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

    ଦ୍ୱିତୀୟ ଦିନରେ ପ୍ରଥମ ପର୍ଯ୍ୟାୟରେ ସେକ୍ଟର ୭ସ୍ଥିତ ପ୍ରଗତି ଉତ୍କଳ ସଂଘ ଠାରେ ଆଲୋଚ୍ୟ ବିଷୟ ‘ ୨୦୩୬ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଶତାବ୍ଦୀ ସମାରୋହ ପାଳନ ନିମନ୍ତେ ପ୍ରସ୍ତାବ,ଯୋଜନା ଓ ରୂପରେଖ’ ସଂପର୍କରେ ଆଲୋଚନା କରାଯାଇଥିଲା । ଆବାହକ ଶ୍ରୀମତୀ ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଶ୍ରୀ ଭୂୟାଁ ଓଡିଶାର ଭିତ୍ତିଭୂମି ଉପରେ ଆଲୋଚନା କରିଥିଲେ । ରାଜ୍ୟ ଗଠନର ୧୦୦ବର୍ଷ ପରେ ଆମେ ଆମର ଭାଷା,ସାହିତ୍ୟ,ସଂସ୍କୃତି, ସ୍ବାଭିମାନ ଉପରେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ ସ୍ମିତା ମିଶ୍ର ଦେଶଭକ୍ତିର ସଂଗୀତ ଗାନ କରିଥିବା ବେଳେ ସଂଘର ସଂପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଆଦର୍ଶ ପାଠାଗାରର ସଭାପତି ଇଂ ଅଭୟ କୁମାର ଦାସ ଙ୍କ ସଭାପତିତ୍ବ ଓ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଶ୍ରୀ ଭୂୟାଁ ମୁଖ୍ୟ ଅତିଥି, ଶ୍ରୀମତୀ ପଟ୍ଟନାୟକ ମୁଖ୍ୟବକ୍ତା ଓ କବି ରାଜୀବ ପାଣି ସମ୍ମାନିତ ବକ୍ତାଭାବେ ଯୋଗଦେଇ ‘ଶାରଦୀୟ ସାହିତ୍ୟ ଆସର’ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଭୂୟାଁ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ସାହିତ୍ୟ ର ଦିବ୍ୟତ୍ବ ପାଠକଙ୍କୁ ସମର୍ପଣ କଲେ ସାହିତ୍ୟ କାଳଜୟୀ ହୋଇଥାଏ । ସାହିତ୍ୟକୁ ଭଲ ପାଇବାକୁ ହେଲେ ଶବ୍ଦ ଶିଖିବା ଦରକାର । ମୁଖ୍ୟବକ୍ତା ଶ୍ରୀମତୀ ପଟ୍ଟନାୟକ ସଂକଳ୍ପ,କ୍ରିୟା ଓ ଜ୍ଞାନ ଶକ୍ତିକୁ ମିଶାଇଲେ ସୁନ୍ଦର ସୃଷ୍ଟି ସମ୍ଭବ ବୋଲି କହିବା ସହ ଘରର ଚାରି ସ୍ତମ୍ଭ ଝିଅ,ପତ୍ନୀ,ଭଉଣୀ ଓ ମା ସଂପର୍କରେ ସୁନ୍ଦର ବକ୍ତବ୍ଯ ରଖିଥିଲେ । ସମ୍ମାନିତ ବକ୍ତା ଶ୍ରୀ ପାଣି ମଣିଷ ସବୁବେଳେ ସର୍ଜନଶୀଳ ବୋଲି କହିବା ସହ ସାମାଜିକ ଅସାମାଜିକ, ଭଲ ମନ୍ଦ ତତ୍ବ ସଂପର୍କରେ ଆଲୋଚନା କରିଥିଲେ । ଶ୍ରଦ୍ଧାର ସହ ଯାହା ଗ୍ରହଣ କରାଯାଏ ତାହା ମନେ ରହିଥାଏ ବୋଲି କହିଥିଲେ । ଏହି ଅବସରରେ ସର୍ବଶ୍ରୀ ପ୍ରଶାନ୍ତ ଭୂୟାଁ,ବିଜୟଲକ୍ଷ୍ମୀ ପଟ୍ଟନାୟକ, ମିତା ପ୍ରଧାନ, ନିରୁପମା ପତି,ଅଙ୍ଗୁରବାଳା ପରିଡା,ଚିତ୍ତରଞ୍ଜନ ବ୍ରହ୍ମା, ବ୍ରଜେନ୍ଦ୍ର ଦାଶ,ଡଲିରାଣୀ ବ୍ରହ୍ମା,ଅଶୋକ ପଟ୍ଟନାୟକ, ସ୍ମିତା ମିଶ୍ର,ସୁପ୍ତି କର, ରାଜୀବ ପାଣି,ରଶ୍ମି ସାହୁ, କୁଞ୍ଜବିହାରୀ ରାଉତ ପ୍ରମୁଖ କବିତା ପାଠ କରିଥିବା ବେଳେ ପାଠାଗାରର ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଚନ୍ରଭାନୁ ରାଉତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଆବାହକ ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖମାର ହଳଦୀ ମାଁ ହଳଦିଏନ ବୁଢ଼ୀ ମନ୍ଦିର ପ୍ରତିଷ୍ଠା

କେଡ଼ର ରୂଲ ଦାବି କୁ ନେଇ ଆନ୍ଦୋଳନ ପାଇଁ ସଜବାଜ କନିଷ୍ଠ କିରାଣୀ ସଙ୍ଘ, (SSD) 

Sunil Chandra Nayak

ଶ୍ରାବଣ ସୋମବାର ରେ ଶୈବ ଭକ୍ତଙ୍କ ମନ୍ଦିରଗୁଡିକରେ ଭିଡ ଜମୁଛି

Sunil Chandra Nayak

Leave a Comment

error: Content is protected !!