ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ରେ ଖସିଲେ କୋଷାଗୂମୁଡ଼ା ରେ ଫସିଲେ, ବିଡ଼ିଓ ଅକ୍ଷମିତା କାର୍ତ୍ତିକ ?

ତେନ୍ତୁଳିଖୁଣ୍ଟି -30/09/22- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ର ପୂର୍ବତନ ବି ଡି ଓ ଅକ୍ଷମିତା କାର୍ତ୍ତିକ ଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଏ ନେଇ ପଞ୍ଚାୟତ ରାଜ୍ ବିଭାଗ ପତ୍ର ସଂଖ୍ୟା ୧୮୬୫୭ ତା ୨୮ ସେପ୍ଟେମ୍ବର ୨୦୨୨ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ରାୟଗଡା ଜିଲ୍ଲା ଗୁଣୁପୂର ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୯ ରେ ନକଲି ରସିଦ୍ ରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ବିବାଦୀୟ ହୋଇଥିଲେ।ତାଙ୍କୁ ସେଠାରୁ କଳାହାଣ୍ଡି ଜିଲ୍ଲା ରେ ସହାୟକ ଜିଲ୍ଲାପାଳ ଭାବେ ବଦଳି କରା ଯାଇଥିଲା। ତେନ୍ତୁଳିଖୁଣ୍ଟି ତତ୍କାଳୀନ ବି ଡି ଓ ରାମେଶ୍ଵର ପ୍ରଧାନ ଙ୍କୁ ଏକ ମାସ ମଧ୍ୟରେ ମାଲକାନଗିରି ଜିଲା ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା।ଏହି ସମୟରେ ସମୟର ସୁଯୋଗ ମିଲିଯାଇଥିଲା ଅକ୍ଷମିତା ଙ୍କୁ। ୨୦୨୦ରେ ଶାସକ ଦଳ ର ନେତାଙ୍କୁ ହାତ କରି ତେନ୍ତୁଳିଖୁଣ୍ଟି ବିଡ଼ିଓ ଭାବେ ରାମେଶ୍ଵର ପ୍ରଧାନଙ୍କ ଠାରୁ କାର୍ଯ୍ୟ ଭାର ଗ୍ରହଣ କରିଥିଲେ। ସେ ବିଡ଼ିଓ ହେଲା ପରେ ୨୦୨୦ ରୁ ୨୦୨୧ ମଧ୍ୟରେ, ପୁଜାରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଗ୍ରାମ କାଦମାଲି କବାଟସିଲ ରେ ବିନା କାମରେ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବିଜେପି ଅଭିଯୋଗ କରିଥିଲା। ଅଁଳା ଭଟ୍ଟା ଗ୍ରାମ ପଞ୍ଚାୟତ ରେ ମିଥ୍ୟା ବିଲ୍ ହୋଇଥିବା ଅଭିଯୋଗ ହୋଇଥିଲା। କାମତା ଇଡେନ୍ ଗାର୍ଡେନ ଷ୍ଟାଡିୟମ୍ ପାଶ୍ୱ ରେ ଏକ ନିମ୍ନ ମାନର ପିଣ୍ଡି ନିର୍ମାଣ କୁ ନେଇ ଗ୍ରାମବାସୀ ତତ୍କାଳୀନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକଙ୍କୁ ଅଭିଯୋଗ କରିଥିଲେ।ଏହି ପଞ୍ଚାୟତ ଅନ୍ତର୍ଗତ ତାରାଗୁଡ଼ା ଠାରୁ ତାବଲାମାଝିଗୁଡ଼ା ମାଟିକାମ ଓ ପୋଲ ନିମ୍ନ ମାନର ନିର୍ମାଣ କୁ ନେଇ ପିଡି ଶ୍ରୀ ନାୟକ କନିଷ୍ଠ ଯନ୍ତ୍ରୀ ତତ୍କାଳୀନ ରାମ ବେହେରା ଙ୍କୁ ତୁରନ୍ତ ଝରିଗାଁ ବ୍ଲକ୍ କୁ ବଦଳି କରିଥିଲେ।ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଥିବା ବେଳେ ମିସ୍ ଅକ୍ଷମିତା ସୂଚନା ଅଧିକାରୀଙ୍କୁ ଆମ୍ ଗାଁ ଆମ ବିକାଶ ସରକାରୀ ସ୍ଥାନ ରେ ହୋଇଛି ନା ବେସରକାରୀ ସ୍ଥାନ ରେ ହୋଇଛି ସୂଚନା ମାଗିବାରୁ ସେ ଧମକ ଦେବା ସହିତ ଜୟପୁର ଉମରୀ ଗୁଣ୍ଡା ମାନଙ୍କୁ ଫୋନ୍ ମାଧ୍ୟମରେ ଧମକ ଚମକ୍ ଦେବାକୁ ପରାମର୍ଶ ଦେଇଥିଲେ । ଏ ନେଇ ନବରଙ୍ଗପୁର ଜିଲ୍ଲା ଏଣ୍ଟି କରେପସନ୍ ପାଉଣ୍ଡେସନ୍ ଅଫ ଇଣ୍ଡିଆ ଜିଲ୍ଲା ସଭାପତି ଲକ୍ଷ୍ମୀଚନ୍ଦ୍ର ଟାକ୍ରୀ ଉପରିସ୍ଥ ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ।ଶାସକ ଦଳ ର ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ତତ୍କାଳୀନ ପିଡି ଶ୍ରୀ ନାୟକ ଙ୍କୁ ମଧ୍ୟ ଏକ ଟିମ୍ ସାକ୍ଷାତ କରି ଆଲୋଚନା କରିଥିଲା। ବିଜେପି ଓ କଂଗ୍ରେସ ଅନଶନ ତୁରନ୍ତ ତେନ୍ତୁଳିଖୁଣ୍ଟି ବିଡ଼ିଓ ବଦଳି ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ତତ୍କାଳୀନ ଜିଲା ଜିଲ୍ଲାପାଳ ଡକ୍ଟର ଅଜିତ୍ କୁମାର ମିଶ୍ର ମହିଳା ଙ୍କୁ କାହିଁକି ରାଗୁଛ ବୋଲି କହିଥିଲେ।ଶୁଣାଯାଏ ସେ ନିଜେ ଶାସକ ଦଳ ନେତା ଙ୍କୁ ଧରି କୋଷାଗୁମୁଡ଼ା ବିଡ଼ିଓ ଭାବେ ଅବସ୍ଥାପିତ କରିବାକୁ ଚାପ ପକାଇଥିଲେ।୨୦୨୧ ଫେବୃଆରୀ ରେ ସେ କୋଷାଗୁମୁଡ଼ା ବିଡ଼ିଓ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ।ସେଠାରେ ବି ବହୁବାର ବିବାଦୀୟ ହୋଇ ୨୦୨୨ ଜୁନ ମାସରେ ନବରଙ୍ଗପୁର ଉପ ଜିଲ୍ଲାପାଳଙ୍କ ସହାୟକ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ ମାସେ ମଧ୍ୟ ରେ ନାରାୟଣପାଟଣା ରେ ପ୍ରଥମେ ତହସିଲଦାର ଭାବେ ବଦଳି ହୋଇଥିଲେ ଏଥିରେ ସନ୍ତୋଷ ନ ହେବାରୁ ପୁଣି ସେଠାରେ ବିଡ଼ିଓ ଭାବେ ୩ମାସ କାର୍ଯ୍ୟ ସଂପୂର୍ଣ ନ ହେଉଣୁ ପଞ୍ଚାୟତ ରାଜ୍ ବିଭାଗ ତାଙ୍କୁ ନିଲମ୍ବିତ କରିଛନ୍ତି।ସେ ନିଲମ୍ବିତ ହେଲା ପରେ ବର୍ତ୍ତମାନ କୋରାପୁଟ ଜିଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ରେ କାର୍ଯ୍ୟରତ ରହିବେ। ଏହା ଶୁଣିବା ପରେ ସେ କାର୍ଯ୍ୟ କରିଥିବା ତେନ୍ତୁଳିଖୁଣ୍ଟି କୋଷାଗୁମୁଡ଼ା କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ର କର୍ମଚାରି ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅକ୍ଷମିତା ଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ର ପାହାଡ଼ ଥିବା ବେଳେ ନିର୍ଦ୍ଦିଷ୍ଟ ଅଭିଯୋଗ ପାଇଁ ନା କଣ ପାଇଁ ନିଲମ୍ବନ ପ୍ରଶ୍ନ ସହ କୋକୁଆ ଭୟ ସାଥିରେ କାର୍ଯ୍ୟ କରିିଥିବା ଯନ୍ତ୍ରୀ ଓ ସହଯୋଗୀ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

 

Related posts

ନବ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ଭାଜପା ର ସମ୍ବର୍ଦ୍ଧନା

Sunil Chandra Nayak

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

Sunil Chandra Nayak

ସକ୍ଷମ ପୂର୍ବ ଭାରତ, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ନିଃଶୁଳ୍କ ମଧୁମେହ ଶିବିର

Sunil Chandra Nayak

Leave a Comment

error: Content is protected !!