ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ

ଗାନ୍ଧିଜୀ ଙ୍କ ଅନ୍ତର୍ଦୃଷ୍ଟି ମାନବ ଜାତିର ସମୃଦ୍ଧି ର ସୂତ୍ର। ପ୍ରତ୍ୟେକ ନାଗରିକ ଗାନ୍ଧୀଜୀ ଙ୍କ ନୀତି ଓ ଆଦର୍ଶକୁ ସ୍ମରଣ କରି ନିଜକୁ ବିଶ୍ଳେଷଣ କଲେ ରାଷ୍ଟ୍ରର ବିକାଶ ସମ୍ଭବ।
 ମୁଖ୍ୟବକ୍ତା ସତ୍ୟ ପଟ୍ଟନାୟକ…

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ ସର୍ବୋଦୟ ସମିତି ପରିଚାଳନା ସମିତିର ସଭାପତି ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ରାଧାମୋହନ ଦାସ ଓ ସର୍ବୋଦୟ ସମିତି ପରିଚାଳନା ସମିତିର ସଦସ୍ୟ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ଗାନ୍ଧିଜୀ ଙ୍କ ଅନ୍ତର୍ଦୃଷ୍ଟି ମାନବ ଜାତିର ସମୃଦ୍ଧି ର ସୂତ୍ର। ପ୍ରତ୍ୟେକ ନାଗରିକ ଗାନ୍ଧୀଜୀ ଙ୍କ ନୀତି ଓ ଆଦର୍ଶକୁ ସ୍ମରଣ କରି ନିଜକୁ ବିଶ୍ଳେଷଣ କଲେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ବୋଲି ମୁଖ୍ୟ ବକ୍ତା ସତ୍ୟ ପଟ୍ଟନାୟକ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନୁଷ୍ଠାନ ର ଅନ୍ତେବାସୀନି ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।

ଗାନ୍ଧୀ ଓ ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ ଉପଲକ୍ଷେ ଥିଆମୁଲ୍ ରାମପୁର ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଧର୍ମଗଡ ସରକାରୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ସମ୍ବିଧା ବାରିକ, ସରସ୍ଵତୀ ବିଦ୍ୟା ମନ୍ଦିର ର ଛାତ୍ରୀ ରାକ୍ଷୀ ନାୟକ ଦ୍ଵିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ମାଧବ ମହାନନ୍ଦ ତୃତୀୟ ତଥା ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଗୁରୁଜୀ ମଧୁସୂଦନ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମଧୁସ୍ମିତା ଶଗଡ଼ିଆ, ଦ୍ୱିତୀୟ ହୋଇଥିବା ସ୍କୋଲାର ମଡେ଼ଲ ସ୍କୁଲର ଶିବାଶିଷ ପାତ୍ର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣ ଛେଣ୍ଡିଆ ର ଛାତ୍ରୀ ଚମ୍ପା ମାଝୀ ତଥା ଖଦୀ ବୁଣାକାର ଅମିତ୍ ମେହେର ଙ୍କୁ ଏହି ଅବସରରେ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନ ର ସଦସ୍ୟା ଗୀତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ମ୍ୟାନେଜର ଦେବରାଜ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବୋଦୟ ସମିତି ର ପରିଚାଳିକା ନିବେଦିତା ପ୍ରଧାନ ଓ ଶୋଭା ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାହିତ୍ୟ ଅଗଣା

Sunil Chandra Nayak

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

ସଂସ୍କୃତି ଓ ସମର୍ପଣର ପର୍ବ ନୂଆଖାଇ :ଏହି ପର୍ବର ଐତିହ

Sunil Chandra Nayak

Leave a Comment

error: Content is protected !!