ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

ଆଖିରୁ ସପନ ଅନେକ ଦୂର

            ବେଣୁଧର ସୂତାର

ରୂପ ବୟସର ସ୍ବପ୍ନିଳ ମାୟାରେ
ସିକ୍ତ ହେଉଥିଲା ଏ ତନୁମନ          
 ଅୟିପ୍ରକୃତିର ମାଧୁରିମା କୋଳେ
କି ସୁନ୍ଦର ଲାଗୁଥଲା ଜୀବନ
ଆଜିବି ରହିଛି ସ୍ମୃତି ଅନ୍ତରାଳେ
ଅତୀତର ଯେତେ ସୁନା ସପନ ।।
ଉଷା ଗୋଧୂଳିର ସୁବର୍ଣ୍ଣ ଢେଉରେ
ଝରୁଥିଲା ସତେ ମାଣିକ ମୋତି
ସ୍ବପ୍ନ ମହଲରେ ଝରା ଶେଫାଳିର
ଜୋଛନା ରାତିରେ ଛନକେ ଛାତି
ଫଗୁଣ ସଞ୍ଜର ନହୁଲି କୁଞ୍ଜରେ
ଝରୁଥିଲା ପ୍ରୀତି ସୁଧା ସୁମନ 
         ଅତୀତର ଯେତେ ………
ଚାରୁ ଚାନ୍ଦିନୀରେ ଚହଟୁ ଥିଲାସେ
ଚପଳ ହସରେ ଚଇତି ମଲ୍ଲୀ
ରୂପ ରୋଷଣୀର ବହଳ ମାଦକେ
ଗାଉଥିଲା କଇଁ ପ୍ରୀତି ରଙ୍ଗୋଲି
ପ୍ରୀତି ମାଧୁରୀର ପ୍ରଣୟ ବଲ୍ଲରୀ
ଅମୃତମୟ ସେ ପ୍ରେମ ବନ୍ଧନ
         ଅତୀତର ଯେତେ………..
ନବ ଉନ୍ମାଦର ସୀମାହୀନ ଛନ୍ଦ
ଆକାଂକ୍ଷାର ନୀଳସ୍ବପ୍ନ ସମ୍ଭାର
ଭାବ ତନ୍ମୟର ପବିତ୍ର ଲହର
ମରୁଭୂମି ଲାଗେ ସ୍ନିଗ୍ଧ ମଧୁର
କେତେ ମଧୁବୋଳା ମହକ ପଖଳା
ମୁକୁଳା ବୁକୁର ଭାବ ସ୍ପନ୍ଦନ
        ଅତୀତର ଯେତେ……….
ତୁଟି ଯାଇଛି ସେ ସ୍ବପ୍ନିଳ ଉଛ୍ବାସ
ସମୟ ଭୂଗୋଳେ ଏ ଆଖିତଳେ
ନୀଳ ଶୂନ୍ୟତାର ଆଶା ଅସ୍ତରାଗ
ଅସହାୟତାର ଲହରି ମାଳେ
ଆଖିରୁ ସପନ ଆଜି ବହୁଦୂର
ମଉଳି ଯାଇଛି ରୂପ ଯୌବନ
ଆଜିବି ରହିଛି ସ୍ମୁତି ଅନ୍ତରାଳେ
ଅତୀତର ଯେତେ ସୁନା ସପନ ।।

କେଶଦୁରାପାଳ , କେନ୍ଦୁଝର

Related posts

ଦାସିଗାଁ ପେକ୍ସ ସଭାପତି ଭାବେ ବିଶ୍ୱନାଥ କର ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପବିତ୍ର ବିଜୟା ଦଶମୀ

Sunil Chandra Nayak

ନବ ନିଯୁକ୍ତ ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଵାମନଘାଟୀ ପ୍ରେସ କ୍ଲବର‌ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!