ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହମ୍ମଦ ଜୟନ୍ତୀ ପାଳିତ

ଚନ୍ଦାହାଣ୍ଡି ୯/୧୦(ମ ନି ସ) ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋହରା ଏବଂ ବେହେରାମୁଣ୍ଡା ଜାମା ମସଜିଦ ପରିସରରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଜଷ୍ନେ-ଇଦ-ମିଳାଦୁନ-ନବୀ ନିରାଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି।ଏହି ଅବସରରେ ଆଜି ମୋହରା ଏବଂ ବେହେରାମୁଣ୍ଡା ଗ୍ରାମରେ ଶତାଧିକ ମୁସଲମାନ ଭାଇମାନେ ଏକ ବିରାଟ ଶୋଭାଯାତ୍ରାରେ ମସଜିଦକୁ ଯାଇ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ କରିଥିଲେ। ମୋହରା ମସଜିଦ ପରିସରରେ ଅଞ୍ଜୁମାନ ଇସଲାମିୟା କମିଟିର ସଭାପତି ସୁଲତାନ ଅଲ୍ଲୀଙ୍କ ଦ୍ଵାରା ଧାର୍ମିକ ପତାକା ଉତ୍ତୋଳନ କରାଯାଇ ଥିବା ବେଳେ ମୌଲାନା ମହମ୍ମଦ ସଲମାନ ରଜା ହବିବି ଙ୍କ ପୋୖରହିତ୍ୟରେ ଫାତିହା ପାଠ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବିଶ୍ୱବାସୀଙ୍କ କଲ୍ୟାଣ ଉଦେଶ୍ୟରେ ଆଲ୍ଲାଙ୍କ ନିକଟରେ ପ୍ରାଥନା କରାଯାଇଥିଲା।ଏହାପରେ ପରସ୍ପର ପରସ୍ପରକୁ ମହମ୍ମଦଙ୍କ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ।ଏଥିରେ ମୋହରା ସୁନ୍ନି ମୁସଲିମ କମିଟିର ସଭାପତି ସୁଲତାନ ଅଲ୍ଲୀ, ସମ୍ପାଦକ ମହମ୍ମଦ ସକିଲ, ଉପସଭାପତି ମୁରାଦ ଅଲ୍ଲୀ, କୋଷାଧ୍ୟକ୍ଷ ମହମ୍ମଦ ଇଲିୟାସ, ଜିବ୍ରାଇଲ ଅଲ୍ଲୀ, ମହମ୍ମଦ ୟୁନୁସ, ଅବଦୁଲ ହମିଦ୍, ହାଜି ମହମ୍ମଦ ରଫିକ, ମହମ୍ମଦ ହନିଫ,ମହମ୍ମଦ ସଫିକ, ମୁରାଦୁ ଅଲ୍ଲୀ, ଆକବର ଅଲ୍ଲୀ, ଅବଦୁଲ ମଜିଦ, ଅବଦୁଲ କୟୁମ, ଅବଦୁଲ ହବିବ ,ମହମ୍ମଦ ରିଜାୱlନ, ମକବୁଲ ଅଲ୍ଲୀ, ରେହେମାନ ଅଲ୍ଲୀ, ସାହାଦତ ଅଲ୍ଲୀ, ଖଲିଲ ଅଲ୍ଲୀ, ହୁସେନ ଅଲ୍ଲୀ,ଅସପାକ, ସାହିଲ୍, ମୋହସିନ,ସହେଜାଦ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ମସଜିଦ ପରିସର ରେ ଏକ ଧର୍ମସଭା ଅନୁଷ୍ଠିତ ହେବ ଏଥିରେ ଉତ୍ତର ପ୍ରଦେଶ ରୁ ମୁଫ୍ତି ଅଖତର ହୁସେନ ଅଲିମି ଓ କାରୀ ଜୈନୁଦ୍ଦିନ ହବିବି ଏବଂ କଲିକତା ରୁ ସାୟରେ ଇସଲାମ ଅସଦ ଇକବାଲ ଓ ଆଫତାବ ରହେବର ଯୋଗ ଦେଇ ପ୍ରବଚନ ପ୍ରଦାନ କରିବା ର କାର୍ଯ୍ୟକ୍ରମ ରହିଛି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲତା ବେହେରା  ଙ୍କ କବିତା ଅତୀତ

Sunil Chandra Nayak

ସମ୍ପୂର୍ଣ ଶୁଷ୍କ ସାନ୍ଦୁଲ ନଦୀ, ନର୍ଲା ରେ ପାନୀୟ ଜଳ ଯୋଗାଣ ଠପ 

Sunil Chandra Nayak

ରାଷ୍ଟ୍ରୀୟ ପଛୁଆ ବର୍ଗ(ଓବିସି) ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା

Leave a Comment

error: Content is protected !!