ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ ପୋଚ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

 ତେନ୍ତୁଳିଖୁଣ୍ଟି -୨୫/୧୧/୨୨ ନବରଙ୍ଗପୁର ଅବକାରୀ ବିଭାଗ ଓ ତେନ୍ତୁଳିଖୁଣ୍ଟି ପୋଲିସ ପକ୍ଷରୁ ମିଳିତ ଭାବରେ ବାଗନାଗୁଡା,ଭରଣ ପୁର ଓ କୁସୁମୀ ଗ୍ରାମରେ ଚଢ଼ଉ କରି ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ ସହ ୧୫ଲିଟର ମହୁଲି ମଦ ଜବତ କରାଯାଇଛି।ଚଢ଼ଉ ସମୟରେ ପ୍ରାୟ ୧୨୫୦ ଲିଟର ମହୁଲ ପୋଚ ଜବତ କରି ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା ।ସେହିପରି ୧୫ଲିଟର ରନ୍ଧା ମହୁଲି ମଦ ପୁଲିସ ଜବତ କରିଥିଲା। ଏହି କାରବାରରେ ସମ୍ପୃକ୍ତ ଭାସ୍କର ବିଷୋୟୀ (୫୦)ଏବଂ ସୁବାସ ବିଷୋୟୀଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା।ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ଶ୍ରୀ ଟଙ୍କଧର ଭୋଇଙ୍କ ସମେତ ଏଏସ୍‌ଆଇ କେଦାରନାଥ ରାଉତ, ଓଏପିଏଫ୍ ଯବାନ ଯଦୁ ଜାନୀ, ଥବିର ମାଝୀଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।ଏ ନେଇ ତେନ୍ତୁଳିଖୁଣ୍ଟି ଥାନାରେ କେଶ ନମ୍ବର ୨୧୨/୨୨ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଏସ୍‌ଆଇ ଭରତ ମାଝୀ ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକା ଛଡା ଯାଇଥିବା ତେନ୍ତୁଳିଖୁଣ୍ଟି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଶୋଇ ଥାନା – ୪୯ ନମ୍ବର ରାଜପଥ ଖଡମବେଡାରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମଧ୍ୟରୁ ଜଣେ ମୃତ ଜଣେ ଗୁରୁତର 

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

Sunil Chandra Nayak

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

Leave a Comment

error: Content is protected !!