ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଗୋଷ୍ଠି୍ି ସ୍ବାସ୍ଥ୍ୟ କେନ୍ଦ୍ର ନୂତନ ଗୃହ ସରକାରୀ ଜାଗାରେ ନିର୍ମାଣ କରିବାକୁ ଦାବି

ତେନ୍ତୁଳିଖୁଣ୍ଟି ୨୫/୧୧/୨୨ ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଏବେ  ନୂତନ ଗୃହ ନିର୍ମାଣ ପାଇଁ ବେସରକାରୀ ଜମିରେ ନ କରି ସରକାରୀ ଜମିରେ କରାଯାଉ ବୋଲି ସରୁଗୁଡା ଗ୍ରାମ ର ୨ ଶହ ରୁଉର୍ଦ୍ଧ୍ଵ ଲୋକ ଏକ ରାଲି ରେ ବାହାରି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ନନ୍ଦାହାଣ୍ଡି ତହସିଲଦାର ଡ଼ ବନମାଳୀ ବେହେରା ଓ ନନ୍ଦାହାଣ୍ଡି ବିଡିଓ ଶିବଶଙ୍କର ମୁର୍ମୁ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ବର୍ତ୍ତମାନ ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର  ଜଣେ ଅନସୂଚୀତ ଜନଜାତି  ବ୍ୟକ୍ତି ଙ୍କ ନାମରେ ରହି ଥିବାବେଳେ, ଅନେକ ସମୟରେ ସମସ୍ୟା  ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।ଏପରିକି ବେଳେ ବେଳେ ମଦ ପିଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କର୍ମ ଚାରି ମାନଙ୍କୁ ଗାଳି ଗୁଲଜ କରିଥିବା ବହୁବାର ଅଭିଯୋଗ ହୋଇଛି।ନୂତନ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଟଙ୍କା ବହୁବର୍ଷ ହେଲା ଆସି, ଜାଗା ଚିହ୍ନଟ ବିଳମ୍ବ ଯୋଗୁ ଟଙ୍କା ଖର୍ଚ୍ଚ ନ ହୋଇ ରହିଥିବା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ବହୁବାର ସଫେଇ ଦେଇଛନ୍ତି। ଏଣୁ ବେଳ ଥାଉ ଥାଉ ଏହାର ସମସ୍ୟା ଉପରେ ଆଲୋଚନା କରିବା ସହିତ ସ୍ବାସ୍ଥ୍ୟ କେନ୍ଦ୍ର ସରକାରୀ ଜାଗାରେ କରାଯାଉ ବୋଲି ଦାବି ହେଉଛି l ସରକାର ନୂତନ ଗୃହ ପାଇଁ ନିର୍ଦେଶ ଦେବା ପରେ ସରକାରୀ ଜମି ଯୋଗାଇ ଦେବାପାଇଁ ନନ୍ଦାହାଣ୍ଡି ତହସିଲଦାର ଙ୍କୁ ନିର୍ଦ୍ଦେଶ ହୋଇଥିଲା l କିନ୍ତୁ ତହସିଲଦାର ପରିବର୍ତନ ହେବା ଫଳରେ ସେହି କାର୍ଯ୍ୟ ବିଳମ୍ବ ହେଉଛି l ବେସରକାରୀ ଜମିରେ ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ବହୁତ ଅସୁବିଧା ହେଉଛି l ସରକାରୀ ଜମି ଚିହ୍ନଟ କରି ସେହି ଜମିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର  ନୂତନ ଗୃହ ନିର୍ମାଣ କରିବା ଦାବି କରିଛନ୍ତି ସରୁଗୁଡା ଗ୍ରାମବାସି,ଏହାର ଖିଲାପ ଯଦି କରାଯାଏ, ତାହେଲେ ରାଜରାସ୍ତା କୁ ଓଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି l ତହସିଲଦାର ଶ୍ରୀ ବେହେରା ଏବଂ ବିଡିଓ ମୁର୍ମୁ  ଏହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ଆଶ୍ଵାସନା ଦେଇଛନ୍ତି l ଏଥିରେ ଗ୍ରାମ ର ଦେବି ପ୍ରସାଦ ମହାପାତ୍ର,କୃଷ୍ଣ ଚନ୍ଦ୍ର ନାୟକ,ଭୁବନେଶ ଦାସ,ଗଙ୍ଗା ଗୌଡ଼ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ l ଏହି ପତ୍ର ପରେ ଜିଲ୍ଳା ପ୍ରଶାସନ କି ଭଳି ପଦକ୍ଷେପ ନେଉଛନ୍ତି ସରକାରୀ ଜମିରେ ନୂତନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରୁଛନ୍ତି ନା ବେସରକାରୀ ଜମିରେ ନୂତନ ଗୃହ ନିର୍ମାଣ କରି ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ପୁନରାବୃତ୍ତି ହେଉଛି ତାହା ଦେଖିବାର ବାକି ରହିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

Sunil Chandra Nayak

ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୬ ତମ ଜନ୍ମୋତ୍ସବ ଅନୁଷ୍ଠିତ

Leave a Comment

error: Content is protected !!