ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସଜ ଗୋଲାପ

ସଜ ଗୋଲାପ

ଚିତ୍ତ ରଞ୍ଜନ ଦେହୁରୀ 

ସଜ ଗୋଲାପ କୁ ତୋଳିବାକୁ ଗଲି
ହାତରେ ପଶିଲା କଣ୍ଟା ।
ନଇଁ ତୋଳୁ ଥିଲି ସଲଖି ଉଠିଲି
ଭାଙ୍ଗି ଯାଇଥାନ୍ତା ଅଣ୍ଟା ।।
ସଜ ଗୋଲାପ ଟି ଫୁଟି ଆସୁଥିଲା 
ଗଛର କଁଅଳ ଡାଳେ ।
ସଜ ଗୋଲାପ କୁ ଛାଡ଼ି ମାଳି ପୁଅ
ଅନ୍ୟ ଫୁଲ ସବୁ ତୋଳେ ।।
କେମିତି କେଜାଣି ସଜ ଗୋଲାପ ରେ
ପଡ଼ିଲା ନଜର ମୋର ।
ତୋଳିବାକୁ ମନେ ଉତ୍କଣ୍ଠିତ ହେଲି 
ହୋଇ ଟିକେ ତର ବର ।।
ଡେଇଁ ମର୍ଯ୍ୟାଦା ର ସୁଦୃଢ଼ ପାଚେରୀ 
ତୋଳି ବାକୁ ଧାଇଁ ଗଲି ।
ଗୋଲାପ ରହିଲା ଆପଣା ସ୍ଥାନରେ
ଡାଳ ଧରି ତୋଳୁ ଥିଲି ।।
ଗୋଲାପ ର ମନ ମାଳି ପୁଅ ହାତେ
ଦେବ ଶିରେ ଲାଗି ହେବ ।
ହତଭାଗିନି ଟା ଏତିକି ଜାଣିନି
ଭାଗ୍ୟ ତାର କଣ ହେବ ।।
ତୋଳି ଆଣିଥିଲେ ଛାତି ପକେଟ ରେ
ଶୋଭା ପାଇ ଥାନ୍ତା ସିଏ ।
ସଜ ଫୁଟା ଫୁଲ ଆକାଳେ ଝଡିଲେ
ତାକୁ ପଚାରିବ କିଏ ।।

ଅନୁଗୋଳ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ

Sunil Chandra Nayak

ବରଟୋଲିରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Leave a Comment

error: Content is protected !!