ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

ଢେ଼ଙ୍କାନାଳ (ମ.ନି.ସ)୦୯/୧୦_ ଆଜିଠୁ ଢେ଼ଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥି ପାଇଁ ଚଳ ଚଞ୍ଚଳ ହୋଇ ପଡ଼ିଛି ସହର ର ସବୁ ପୂଜା ମଣ୍ଡପ । ପ୍ରତ୍ୟେକ ପୂଜା ମଣ୍ଡପ ରେ ସାଜସଜ୍ଜା,ଆଲୋକ, ଆକର୍ଷଣୀୟ ତୋରଣ ଆଦି କାର୍ଯ୍ୟ ପୂର୍ଣ୍ଣ ଅଵସ୍ଥା ରେ ପହଞ୍ଚିଛି। କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ଧରି କଟକଣା ମଧ୍ୟ ରେ ନାମକୁ ମାତ୍ର ପୂଜା ସମ୍ପୂର୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏ ପ୍ରକାର ଦୁଃ ପରିସ୍ଥିତି ନ ଥିବାରୁ ବହୁ ଯାକ ଯମକ ରେ ପୂଜା ସଂପତ୍ନ ହେଉଛି। ଏଥି ପାଇଁ ଗାଆଁ ଠୁ ସହର ଯାଏ ସବୁଠି ଖୁସିର ଲହରୀ। ଅକ୍ଟୋବର ୯ ତାରିଖ ରୁ ଦଶ ଦିନ ବ୍ୟାପୀ ଏହି ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଜାର ମଧ୍ୟରେ ଉଠା ଦୋକାନୀ ସବୁ ସ୍ଥାନ ନିରୂପଣ କରି ନିଜ ବ୍ୟବସାୟ ସାମଗ୍ରୀ ମାନ ନେ଼ଇ ପସରା ମେଲାଇ ଦେଇଛନ୍ତି।ଏହି ପରିପ୍ରେ୍ଷୀରେ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ସମସ୍ତେ ତତ୍ପର ହୋଇଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଗୁରୁ ଘାସିଦାସ ବାବାଙ୍କ ୨୬୫ତମ ଅବତରଣ ଦିବସ ଓ ଧ୍ୱଜାରୋହଣ

Sunil Chandra Nayak

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ମାଆ ଗୋ ଦୁର୍ଗେ 

Sunil Chandra Nayak

Leave a Comment

error: Content is protected !!