ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ଏନଏସି ଅଧକ୍ଷ୍ୟ ପାର୍ଥ ମହାଳିକଙ୍କ ପରଲୋକ

ଜୁନାଗଡ଼,୧୧/୧୦(ମ ନି ସ) ଜୁନାଗଡ଼ର ପୂର୍ବତନ ଏନଏସି ଚେୟାରମେନ ତଥା ସମାଜସେବୀ ପାର୍ଥ ମହାଳିକଙ୍କ ମଙ୍ଗଳବାର ଦିନ ନିଜ ବାସଭବନରେ ପରଲୋକ ହୋଇଯାଇଛି।ମୃତୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନରୁ ଶଯ୍ୟାଶାୟୀ ଥିଲେ। ମୃତୁ ଶଯ୍ୟାରେ ତାଙ୍କ ପୁଅ, ବୋହୂ ଓ ଅନ୍ୟ ପରିଜନ ଉପସ୍ଥିତ ରହିଥିଲେ। ସ୍ବର୍ଗତ ମହାଳିକ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ଦ୍ଵାରା ପ୍ରତିଷ୍ଠିତ ଜନତା ଦଳ ରେ ଏକ ବରିଷ୍ଠ ନେତୃତ୍ୱ ନେଇ ଏ ଅଞ୍ଚଳରେ ଜଣେ ପ୍ରଭାବଶାଳୀ ନେତା ଭାବରେ ପରିଚିତ ଥିଲେ l ସେ ଜୁନାଗଡ଼ ଏନ ଏ ସି ର ଦୁଇଥର ନଗରପାଳ ହୋଇ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ବେଶ ଲୋକପ୍ରିୟ ହୋଇଥିଲେ ଏବଂ ଏ ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ଜିଲ୍ଲା ରେ ପରିଚିତ ଥିଲେ l ଜୁନାଗଡ଼ ଏନ ଏ ସି ରେ ୧୯୮୪ ରୁ୮୫ ଓ ୧୯୯୨ ରୁ୯୫ ମସିହା ମଧ୍ୟରେ ଚେୟାରମ୍ୟାନ ହୋଇଥିବା ସମୟରେ ରାଜ୍ୟ ସ୍ତରରେ ଜୁନାଗଡ଼ କୁ ଶ୍ରେଷ୍ଠ ପୋୖରାଞ୍ଚଳ ଭାବେ ପୁରସ୍କାର ପାଇବାରେ ମୁଖ୍ୟ ଭୂମିକା ନେଇଥିଲେ l ଏଥି ସହ ସହରର ଲଙ୍କେଶ୍ୱରୀ କ୍ଲବ ର ପ୍ରତିଷ୍ଠାତା ସଦସ୍ୟ ରହି ଦୁର୍ଗା ପୂଜା ଆରମ୍ଭ କରିଥିଲେ l ଏବଂ ସେହି ଦିନ ଠାରୁ ଦୁର୍ଗା ପୂଜା ର ଦାୟିତ୍ୱ ତୁଲାଇ ଆସୁଥିଲେ l ବାଙ୍କୀ ରାଜପୁତ ସମାଜ ର ସଭାପତି ରହି ସାମାଜିକ ଉନ୍ନତି କାମରେ ନିଜକୁ ନିୟୋଜିତ କରିଥିଲେ l ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲା ର ବରିଷ୍ଠ ନେତା ଭକ୍ତ ଚରଣ ଦାସ, ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲୟନ ମlଣିକ ଚlନ୍ଦ ଅଗ୍ରୱାଲ, ଈଶ୍ୱର ପୁଝରୀ ,ଦୁର୍ଗା ପ୍ରସାଦ ନାଏକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ବର୍ଗତ ଆତ୍ମା ର ସଦଗତି କାମନା କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି -୨୩୧ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା।

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ

Sunil Chandra Nayak

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ କୋର କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!